Latest Odisha News

BREAKING NEWS

ଜାଣନ୍ତୁ, ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଓଡିଶାର କେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର-ଉପକୂଳ ଓଡିଶାର କିଛି ସ୍ଥାନରେ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଜାଣନ୍ତୁ, ଓଡିଶାର କେଉଁ କେଉଁ ଜିଲ୍ଲାକୁ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ମେ’ ୨- ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା ଏବଂ କନ୍ଧମାଳ ରହିଛି ।

ମେ’ ୩- ରେଡ୍ ଆଲର୍ଟ-

କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ କନ୍ଧମାଳ ଆଦି ।

ମେ’ ୩- ହଳଦିଆ ୱାର୍ଣ୍ଣିଂ –

ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ ଏବଂ ସୁନ୍ଦରଗଡ

ମେ’ ୪- ରେଡ୍ ଆଲର୍ଟ-

ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ

ମେ’ ୪- ଅରେଞ୍ଜ ଆଲର୍ଟ-

କଟକ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ରହିଛି ।

Leave A Reply

Your email address will not be published.