ଭୁବନେଶ୍ୱର: ଲସ୍ ଏଂଜେଲିସରେ ଚିହ୍ନଟ ହେଲା ପ୍ରଥମ ଫ୍ଲୁରୋନା ଭୂତାଣୁ ସଂକ୍ରମିତ । ମେକ୍ସିକୋ ବୁଲି ଯାଇଥିବା ଗୋଟିଏ ପରିବାରର ଶିଶୁ ନିକଟରେ ଏହି ଭୂତାଣୁ ଠାବ ହୋଇଥିବା ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।
- କେତେ ଜାଣିଛନ୍ତି ଫ୍ଲୁରୋନା ବିଷୟରେ ?
ଫ୍ଲୁ ଓ କରୋନା ଭାଇରସର ମିଶ୍ରିତ ସଂକ୍ରମଣକୁ ଫ୍ଲୁରୋନା ଭାବେ ନାମିତ କରାଯାଇଛି । ଇସ୍ରାଏଲର ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ପ୍ରଥମେ ଏହି ମିଶ୍ରିତ ସଂକ୍ରମଣ ଚିହ୍ନଟ ହୋଇଥିଲା । ମହିଳା ଜଣକ ପୂର୍ବର ଭାକ୍ସିନ୍ ନେଇନଥିଲାବେଳେ ପରେ ଭାକ୍ସିନ୍ ନେଇ ସେ ଆରୋଗ୍ୟ ଲାଭ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରି ମିଶ୍ରିତ ସଂକ୍ରମଣକୁ ଶ୍ୱାସଜନିତ ରୋଗ ଭାବେ ଘୋଷଣା କରିଛି । - କ’ଣ ରହିଥାଏ ଫ୍ଲୁରୋନାର ଲକ୍ଷଣ ?
ଫ୍ଲୁରୋନାରେ ସଂକ୍ରମିତଙ୍କୁ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଯାଂଚ ଜାରି ରହିଛି । ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ଏହି ରୋଗରେ ପୀଡିତଙ୍କ ନିକଟରେ ଗଳା ଦରଜ, ଜ୍ୱର, ମୁଣ୍ଡବିନ୍ଧା, ଅଣନିଃଶ୍ୱାସୀ ହେବା ଓ କାଶ ଭଳି ଲକ୍ଷଣ ରହିଛି । ଯାହାକି କୋଭିଡ ସଂକ୍ରମଣର ଲକ୍ଷଣ ସହ ଯଥେଷ୍ଟ ମାତ୍ରାରେ ସାମଂଜସ୍ୟ ରଖିଛି ।
ଫ୍ଲୁରୋନା କୌଣସି ପ୍ରକାର ଏକ ନିର୍ଦ୍ଧିଷ୍ଟ ଭାଇରସ୍ ନୁହେଁ । ବରଂ ଏହା ଏକ ଯୁଗ୍ମ ସଂକ୍ରମଣ । ଏଥିରେ ପୀଡିତ ଥିବା ଲୋକଙ୍କୁ ଫ୍ଲୁ ଓ କରୋନା ପାଇଁ ଉଦ୍ଧିଷ୍ଟ ଚିକିତ୍ସା ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ ।
Comments are closed.