Latest Odisha News

BREAKING NEWS

ସାଉଥ୍‌ ଷ୍ଟାର ମହେଶ ବାବୁ କରୋନା ପଜିଟିଭ

ନୂଆଦିଲ୍ଲୀ: ସାଉଥ୍‌ ଷ୍ଟାର ମହେଶ ବାବୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ପୃଥକ୍‌ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତର୍କତା ଅବଲମ୍ବନ କରୁଛନ୍ତି।

ଦୁବାଇରୁ ଫେରିବାର ଦୁଇ ଦିନ ପରେ ମହେଶ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଦୁବାଇରେ ପରିବାର ସହିତ ନୂଆ ବର୍ଷ ସେଲିବ୍ରେଟ୍‌ କରିବାକୁ ଯାଇଥିଲେ।

ମହେଶ କହିଛନ୍ତି ଯେ “ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ମୁଁ କରୋନା ପିଜିଟିଭ ହୋଇଛି। ତାଙ୍କର କରୋନା ଜନିତ ସାମାନ୍ୟ ଲକ୍ଷଣ ଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍‌ ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି।

Comments are closed.