ନୂଆଦିଲ୍ଲୀ : ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାସ୍ଥିତ ଚିତ୍ତରଞ୍ଜନ ନ୍ୟାସନାଲ କ୍ୟାନସର ଇଷ୍ଟିଚ୍ୟୁଟର ଦ୍ୱିତୀୟ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ।ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।
ଏନେଇ ପ୍ରଧାନମନ୍ତ୍ରୀ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ କଲେଜ ଦିନ ଏହି ଅଞ୍ଚଳରେ ବିତି ଥିବାରୁ ଭାବ ବିହ୍ୱଳ ହୋଇପଡିଥିଲେ ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବାର ଏହା ପ୍ରୟାସ ।
ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ଓ ନବୀକରଣ ପାଇଁ ଏହି ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯାଇଛିା ଏହି ଅବସରରେ ମୋଦି ଉଦବୋଧନ ଦେଇ କହିଥିଲେ ଦେଶରେ ୧୫୦ କୋଟି ଟିକା ଦେବା ଇତିହାସ ସୃଷ୍ଟି କରିଛି । ୯୦ ଭାଗରୁ ଅଧିକ ନାଗରିକ କରୋନା ଭାଇସରର ବିପକ୍ଷରେ ଟିକା ନେଇସାରିଲେଣି ବୋଲି କହିଥିଲେ ।
Comments are closed.