Latest Odisha News

BREAKING NEWS

[ଭିଡ଼ିଓ] ତୋର ନାଲିକୁ ମୋର କଳା : ଉପାନ୍ତ ଇଲାକାରେ ପରମ୍ପରା ନାଁରେ ଜମୁଛି ଜୁଆ ଆଡ୍ଡା

ମାଲକାନଗିରି: ତୋର ନାଲିକୁ ମୋର କଳା କୁକୁଡା, ଗଞ୍ଜା ଗୋଡରେ ବାନ୍ଦେ ଛୁରି ଆଉ ହାତରେ ଧରେ ଟଙ୍କା ଆ ଏଥର ଲଢେଇ କରିବା ଆଉ କିଏ ବାଜି ମାରୁଛି ତାହା ଦେଖିବା । ଏମିତି କିଛି ନିଆରା ଢଙ୍ଗରେ କୁକୁଡା ଲଢେଇକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଲିଛି ଜୁଆ ଖେଳ ।

ତେବେ ୧୦ କି ୨୦ ଟଙ୍କାରେ ଏଇଠି କଥା ସରେ ନାହି ପ୍ରତି ୫ ମିନିଟର ଥରକେ କୁକୁଡା ଲଢେଇରେ ଲାଗୁଛି ପ୍ରାୟ ୫୦ ହଜାର ଟଙ୍କାର ବାଜି । ଏମିତି ଖେଳ ହେଉ ହେଉ ଗୋଟିଏ ଅଳିରେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଚାଲିଛି ଜୁଆ ଖେଳ ।

ଧାନ କଟା ସରିବା ପରେ ଡିସେମ୍ବର ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ସମସ୍ତ ହାଟ ବଜାରରେ ଚାଲେ କୁକୁଡା ଲଢେଇ । ଲୋକେ ନିଜ ନିଜ ଘରୁ ଗଞ୍ଜା କୁକୁଡାକୁ ତାଲିମ ଦେଇ ସାଥିରେ ଆଣି ଥାଆନ୍ତି ଗାଲିକୁ ।

କୁକୁଡାଙ୍କ ଗୋଡରେ ଲଗାଯାଏ ଧାରୁଆ ଛୁରି ଓ ପରେ କୁକୁଡାଙ୍କୁ ମୁଣ୍ଡ ଚଡକ ପର୍ଯ୍ୟନ୍ତ ରଗା ଯାଇ ସେମାନଙ୍କୁ ଛାଡି ଦିଆଯାଏ ଗାଲି ଭିତରେ । ଗାଲି ଭିତରେ ଦୁଇ କୁକୁଡାଙ୍କ ଲଢେଇ ଚାଲିଥିବା ବେଳେ ଗାଲି ବାହାରେ ଦର୍ଶକଙ୍କ ଲାଗେ ବୋଲି ।

ଶେଷରେ ଭିତରେ ଲଢେଇ କରି ହାରିଥିବା କୁକୁଡାକୁ ନେଇ ଯାଆନ୍ତି ଜିତିବା ଲୋକେ ଆଉ ବାହାରେ ବାଜିରେ ହାରିବା ଲୋକଙ୍କ ଟଙ୍କା ନିଅନ୍ତି ଜିତିବା ଲୋକେ । ତେବେ ଖୋଲା ଆକାଶ ତଳେ ପ୍ରତିଦିନ ଏପରି ଭାବେ ଲକ୍ଷ ଲକ୍ଷ ଟଙ୍କାର ଯୁଆ ଖେଳ ଚାଲିଥିବା ବେଳ ଏହାକୁ କିନ୍ତୁ ପରମ୍ପରା ବୋଲି କହୁଛନ୍ତି ସ୍ଥାନିୟ ଆଦିବାସି ଲୋକେ ।

କୁକୁଡା ଗାଲିରେ ଯେ କେବଳ କୁକୁଡା ଲଢେଇ ଓ ଯୁଆ ଖେଳ ଚାଲିଛି ତାହା ନୁହେ । ଗାଲି ନିକଟରେ ଲାଗିଛି ଭଳିକି ଭଳି ମଦର ପସରା ।  ଆଦିବାସି ଲୋକଙ୍କ ପାରମ୍ପାରିକ ମଦ ସଲପ ଠାରୁ ଆରମ୍ଭ କରି ତାଡି, ଖଜୁରି, ମହୁଲି, ଲନ୍ଦା, ସିଗୁର ଓ ପେଣ୍ଡମ ପର୍ଯ୍ୟନ୍ତ ଅନେକ କିସମର ମଦ ମିଳେ ଏଠାରେ ।

ଛୋଟ ବଡ ମାଛ ଠାରୁ ଆରମ୍ଭ କରି ଛେଳି କୁକୁଡା ବତକ ଓ ଘୁଷୁରି ପରି ଅନେକ ପଶୁ ପକ୍ଷିଙ୍କ ମାଂସ ମଧ୍ୟ ମିଳେ ଏହି ମେଳାରେ । ହେଲେ ଘର ଲୋକଙ୍କ ପାଇଁ ହୋଇଯାଏ ଏହା ସଜା । କାରଣ ଗରିବ ଆଦିବାସି ପରିବାରର ଲୋକେ କଷ୍ଟ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ତାହାକୁ ନେଇ କୁକୁଡା ଗାଲିରେ ଯୁଆ ଓ ମଦ ପିଇ ଶେଷ କରି ଦିଅନ୍ତି ଘରର ପୁରୁଷ ଲୋକେ ।

ପରମ୍ପରା ନାମରେ ଚାଲିଥିବା ଏହି ଯୁଆ ଖେଳ ପ୍ରତି ଜିଲ୍ଲା ପ୍ରଶାସନ ରୋକ ଲଗାଇବାର ଆବଶ୍ୟକତା ରହିଛି ବୋଲି କିଛି ବୁଦ୍ଧିଯିବି କହିଛନ୍ତି ।

ଗୋଟିଏ ପଟେ ପରମ୍ପରା ତୋ ଅନ୍ୟ ପଟେ କୁକୁଡାକୁ ନେଇ ଗାଲିରେ ଚାଲିଛି ଯୁଆ ଖେଳ । ତେବେ ଖୋଲା ଆକାଶ ତଳେ ବେଆଇନ ଭାବେ ଖୁଲ୍ଲମ ଖୁଲ୍ଲା ଏହି କୁକୁଡା ଲଢେଇ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନର କେମିତି ପଡୁନାହି ଦୃଷ୍ଟି ।

Leave A Reply

Your email address will not be published.