Latest Odisha News

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି ।

ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର ପ୍ରାୟ ୩୦୦୦ରୁ ଅଧିକ ଜୀବଜନ୍ତୁ ରହିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଷ୍ଟେଟ୍ ବୋଟାନିକାଲ ଗାର୍ଡେନ ମେ’ ୫ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ବୋଲି ଚିଡିଆଖାନାର ୱେବସାଇଟରେ ସୂଚନା ଜାରି କରାଯାଇଛି ।

ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ୨୦୧୭-୧୮ ବର୍ଷରେ ପ୍ରାୟ ୩ ମିଲିୟନରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିବାବେଳେ ବାତ୍ୟା ‘ଫନି’ ପରେ ନନ୍ଦନକାନନର ସୌନ୍ଦର୍ଯ୍ୟ ଏକରକମ ହଜି ଯାଇଛି ।

ଏନେଇ ମେ’ ୧୩ ତାରିଖ ପରେ ଯାଇ ବୈଠକ ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ଉକ୍ତ ବୈଠକରେ କଞ୍ଜିଆ ଲେକ୍ ଓ ନନ୍ଦନକାନନ ଖୋଲିବା ନେଇ ଆଲୋଚନା କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

Comments are closed.