Latest Odisha News

BREAKING NEWS

ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ; ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶନାମା ପଠାଇଛି। ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଜାତୀୟ, ସାଂସ୍କୃତିକ ତଥା କ୍ରୀଡା କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଦ୍ବାରା କାଗଜରେ ନିର୍ମିତ ଜାତୀୟ ପତାକା ଭାଙ୍ଗିବା କିମ୍ବା ଭୂମିରେ ପକାଯିବା ଉଚିତ ନୁହେଁ।

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ଶୁକ୍ରବାର ଦିନ ଦିଆଯାଇଥିବା ପରାମର୍ଶରେ ଗୃହ ମନ୍ତ୍ରଣାଳୟ ଭାରତର ଫ୍ଲାଗ କୋଡର ନିୟମାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହି ନିର୍ଦ୍ଦେଶନାମ‌ାରେ ଦର୍ଶାଯାଇଛି ଯେ ଭାରତୀୟ ଜାତୀୟ ପତାକା ଆମ ଦେଶର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରତିପାଦିତ କରେ ଏବଂ ତେଣୁ ତାହା ସବୁବେଳେ ସମ୍ମାନଜନକ ସ୍ଥିତିରେ ରହିବା ଉଚିତ। ଜାତୀୟ ପତାକା ପ୍ରତି ସମସ୍ତଙ୍କର ସ୍ନେହ, ସମ୍ମାନ ଏବଂ ଆନ୍ତରିକତା ରହିଛି। ଅନେକ ଏହାକୁ ନେଇ ସଚେତନତାର ଅଭାବ ଦେଖାଯାଏ।

ଏହି ପରିପ୍ରେକ୍ଷୀରେ ଜନସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.