Latest Odisha News

ଭାଷା ଭାଗବତ : ଏକବିଂଶ > ଏକୋଇଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪

‘ ଏକବିଂଶ ଶତାବ୍ଦୀ ‘ ନାମ
ଶବ୍ଦରେ ନାହିଁ କିଛି ଭ୍ରମ
ଆମ ଭାଷାରେ ‘ଏକୋଇଶ’
କଲାଣି ଦୀର୍ଘକାଳ ବାସ

ଏକୋଇଶ ‘ କୁ ‘ ଏକୋଇଶି ‘
ଲେଖଂତି କେତେକ ସ୍ବଭାଷୀ
ଇ-କାର କେଉଁଠାରୁ ଆସି
‘ଶ’ର ମଥାରେ ଥାଏ ବସି?

ମନରେ ମୋଟେ ନ ପରଖି
ଭାଷାକୁ ପାରିବାନି ଟେକି
କେବଳ କାନକୁ ବିଶ୍ବାସ
କରିଲେ ହୁଏନି ବିକାଶ

ଯାହା ଅଟଇ ନିୟମିତ
ତାହା ହୋଇଲେ ଅନାଦୃତ
ଘଟେ ଭାଷାର ରୂପହାନି
ଏ କଥା ପାରୁନାହୁଁ ଜାଣି ?

ଲେଖକେ ହେଲେ ଅମାନିଆ
ଭାଷାରେ ଲାଗିଯାଏ ନିଆଁ
ହେଉଛୁଁ ଅଯଥା ଛାନିଆଁ
ଧାଡ଼ିରୁ ଖସିଯାଉଁ କିଆଁ ?

Comments are closed, but trackbacks and pingbacks are open.