Latest Odisha News

BREAKING NEWS

[ଭିଡ଼ିଓ] ମାଣିକେଶ୍ୱରୀ ଓ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୃର୍ବୁତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିନେଇଥିବା ବେଳେ ମନ୍ଦିରରେ ଥିବା ଅଳଙ୍କାର ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି ।

ଆଜି ମନ୍ଦିର ପୂଜକ ମନ୍ଦିରକୁ ପ୍ରବେଶ କରିବା ସମୟରେ ଦୁର୍ବୁତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ଲୁଟ କରିଥିବା ଜାଣିବା ପରେ ପୂଜକ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ମନ୍ଦିର କମିଟି ପହଞ୍ଚି କାଶୀପୁର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କାଶୀପୁର ପୋଲିସ  ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କେତେ ପରିମାଣର ସୁନା ଅଳଙ୍କାର କିମ୍ବା ଟଙ୍କା ଚୋରି ହୋଇଛି ତାର ସଠିକ ତଥ୍ୟ ମିଳିପାରି ନାହିଁ ।

Comments are closed.