ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟାରେ । ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ କେସୁରା ଅଞ୍ଚଳରୁ ଏକ ବିବାହ ମଣ୍ଡପରୁ ଗହଣା ଲୁଟିନେଲେ ଦୁବୃର୍ତ୍ତ । ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ସୂଚନା ମିଳିଛି । ବାହାଘର ଚାଲିଥିବା ସମୟରେ ଘର ଲୋକ ଭଳି ବିବାହ ମଣ୍ଡପକୁ ପଶି ଆସି ଜଣେ ଯୁବକ ଓ ଜଣେ ନାବାଳକ ଗହଣା ଭର୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।
ସୂଚନା ଅନୁସାରେ କେସୁରା ଅଞ୍ଚଳରେ ଗତକାଲି ଏକ କଲ୍ୟାଣ ମଣ୍ଡପରେ ସତ୍ୟ ସତ୍ୟନାରାୟଣ ମହାରଣା ନାମକ ଜଣେ ବାକ୍ତିଙ୍କର ଝିଅ ବାହାଘର ହେଉଥିଲା । ଏହି ବାହାଘର ଚାଲୁଥିବା ସମୟରେ ଦୁବୃର୍ତ୍ତ ମାନେ ଆସି ଗହଣା ବ୍ୟାଗ ଧରି ପଳାଇଛନ୍ତି ।ଏନେଇ ସତ୍ୟନାରାୟଣ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.