ଭୁବନେଶ୍ୱର: ପଂଚାୟତ ନିର୍ବାଚନ ବେଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପଞ୍ଚାୟତ ନିର୍ବାଚନରେ ଠିକ ଲୋକକୁ ନିର୍ବାଚିତ କରିବା ପାଇଁ ସେ ନିବେଦନ କରିଛନ୍ତି । ଲମ୍ବା ସମୟର ବିଜେଡି ଶାସନ ରାଜ୍ୟବାସୀ ଦେଖିଲେଣି । ରାଜ୍ୟ ସରକାର କହୁଛନ୍ତି ଆମେ ବିକାଶ କରୁଛୁ । କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ଶାସକ ଦଳର ବିଫଳତା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ନିକଟକୁ ଯିବ ବିଜେପି। ଓଡିଶାରେ ଏବେ ଯେଉଁ ଭଳି ସ୍ଥିତି ରହିଛି ଲୋକେ ପରିବର୍ତ୍ତନ ଚାଁହୁଛନ୍ତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ।
କେବଳ ଭୋଟ ଆସିବାବେଳେ ଚାଷୀଙ୍କ କଥା ମନେ ପଡୁଛି ବୋଲି ଓଡିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେସ୍ୱରୀ କହିଛନ୍ତି। ଏହା ସହ ରଣ ଭାରରେ ଓଡିଶା ଉପରେ ୧୨୫ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ଶାସକ ଦଳର ନେତା ଅନେକ ଭାଷ୍ଟ୍ରାଚାରରେ ଲିପ୍ତ ରହିଛନ୍ତି। ଯଦି ଓଡିଶାବାସୀ ରାଜ୍ୟର ବିକାଶ ଚାଁହାନ୍ତି ତେବେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଆଶ୍ରିବାଦ ରୂପକ ଭୋଟ ଦେବାକୁ ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନ ବିଜେଡି ସରକାର ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଲୋକମାନେ ଜୀବନ ଶୈଳୀରେ ଯେଉଁ ପରିବର୍ତ୍ତନ ଚାଁହୁଥିଲେ ତାହା ହେଉନାହିଁ। ରାଜ୍ୟରେ ଏବେବି ୩୦ ପ୍ରତିଶତ ଲୋକେ ଗରିବ ସୀମାରେଖା ତଳେ ରହିଛନ୍ତି ଏବଂ ୧୪ ପ୍ରତିଶତ ଲୋକଙ୍କ ଘର ନାହିଁ। ପ୍ରଧାନମନ୍ତ୍ରୀ ଗରିବଙ୍କ ଅନେକ ଯୋଜନା କରୁଛନ୍ତି। ମାତ୍ର ଏହି ଯୋଜନା ଲୋକ ପାଇବା ନିମନ୍ତେ ଲୋକଙ୍କୁ ଅର୍ଥ ଦେବାକୁ ପଡୁଛି। ରାଜ୍ୟରେ ଶିଳ୍ପ ନାହିଁ, ନିଯୁକ୍ତି ପାଇଁ ମଧ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଛି। ଚାଷୀଙ୍କୁ ସବୁବେଳେ ଓଡ଼ିଶା ସରକାର ଅଣଦେଖା କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.