Latest Odisha News

BREAKING NEWS

ଚଳିତବର୍ଷର ପ୍ରଥମ ମନ୍ କି ବାତ୍: କଣ କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷର ପ୍ରଥମ ମନ୍ କି ବାତ୍ । ଦିନ ସାଢ଼େ ୧୧ଟା ବେଳେ ରେଡିଓ କାର୍ଯ୍ୟକ୍ରମରେ ନିଜ ମନର କଥା କହିବେ । ଗତ ୧୯ ତାରିଖରେ ମନ୍ କି ବାତ୍ ପାଇଁ ଲୋକଙ୍କୁ ସେମାନଙ୍କର ବିଚାର ଓ ମତାମତ ମାଗିଥିଲେ ପ୍ରଧାନମନ୍ତ୍ରୀ । ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୂଣ୍ୟ ତିଥି । ତେଣୁ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସହ ମନ୍ କି ବାତ୍ ଆରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ସାରା ଦେଶରେ ଏବେ କରୋନା କାୟା ରହିଛି । ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଛି । କରୋନା ସତର୍କତା ଓ ମୁକିବାଲ ବାବଦରେ ଲୋକଙ୍କୁ ସଚେତନ କରାଇପାରନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ଉପରେ ବି ମତ ରଖିପାରନ୍ତି । ସେହିପରି ନିକଟରେ ନ୍ୟାସନାଲ୍ ଷ୍ଟାଟଅପ୍ ନେଇ ଘୋଷଣା ହୋଇଥିଲା । ଏନେଇ ମନ୍ କି ବାତରେ କିଛି କହି ପାରନ୍ତି ପ୍ରଧାନମନ୍ତ୍ରୀ । ଏହା ହେବ ମନ କି ବାତର ୮୫ତମ ଏପିସୋଡ୍ ।

Comments are closed, but trackbacks and pingbacks are open.