ମେଲବୋର୍ଣ୍ଣ: ଆମେ ରହୁଥିବା ଧରା ପୃଷ୍ଠରେ ଅନେକ ରହସ୍ୟମୟ ବ୍ୟକ୍ତି ଅଛନ୍ତି । ତା ମଧ୍ୟରୁ ଜଣେ ହେଲେ ଅଷ୍ଟ୍ରେଲିଆର କନ୍ସେଟା ଏଂଟିକା । ତାଙ୍କ ଚକ୍ଷୁ ସାଧାରଣ ମଣିଷଠାରୁ ଭିନ୍ନ । ଏଥିରେ ସେ ୧୦ କୋଟି ପ୍ରକାରର ଅଲଗା ଅଲଗା ରଙ୍ଗ ଚିହ୍ନଟ କରି ପାରନ୍ତି । ଯାହା କି ସାଧାରଣ ମଣିଷ ପକ୍ଷେ ସମ୍ଭବପର ନୁହେଁ । କନ୍ସେଟାଙ୍କ ଚକ୍ଷୁ ରେଟିନାରେ ୪ଟି କଲର ରିସେପ୍ଟର ରହିଛି । ଅନ୍ୟ ପକ୍ଷେ ସାଧାରଣ ମଣିଷଙ୍କ ନିକଟରେ ଏହା ୩ଟି ଥାଏ ।
୧ ପ୍ରତିଶତ ଲୋକଙ୍କ ନିକଟରେ ଏ ଭଳି ଘଟଣା ଦେଖିବାକୁ ମିଳିଥାଏ । ୨୦୧୨ରେ ଜଣେ ନ୍ୟୁରୋଲୋଜିଷ୍ଟ ତାଙ୍କ ନିକଟରେ ଏହି ବ୍ୟତିକ୍ରମ ଦେଖିବାକୁ ପାଇଥିଲେ । କନ୍ସେଟା ଏକ କଲର ବ୍ଲାଇଣ୍ଡ ଆର୍ଟ ସ୍କୁଲ ଖୋଲିବା ପାଇଁ ବିଚାର କରୁଛନ୍ତି ।
Comments are closed.