ନୂଆଦିଲ୍ଲୀ : ଆୟକର ଉପରେ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅପରିବର୍ତ୍ତିତ ରହିଛି ଆୟକର ସୀମା । ହେଲେ ପୁଣି ନିରାଶ ହୋଇଛନ୍ତି ମଧ୍ୟବିତ୍ତ । ଲଗାତର ଦ୍ବିତୀୟ ବର୍ଷ ପାଇଁ ଅପରିବର୍ତ୍ତିତ ରହିଛି ଆୟକର ସୀମା । ବ୍ୟକ୍ତିଗତ କର ହାର ମଧ୍ୟ ଅପରିବର୍ତ୍ତିତ ରହିଛି । ଚଳିତବର୍ଷର ସାଧାରଣ ବଜେଟରେ ଟିକସ ବ୍ୟବସ୍ଥା ପାଇଁ ବଡ ଘୋଷଣା ହୋଇଛି । ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି । ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା ।
କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ଏହାକୁ ସୁଧାରି ପାରିବେ । ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ । ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ରିହାତି ମିଳିବ ବୋଲି ଘୋଷଣା କରାଯାଇଛି । କର୍ମଚାରୀଙ୍କ ପେନ୍ସନରେ ଟ୍ୟାକ୍ସ ଉପରେ ରିହାତି ଦିଆଯାଇଛି । କର୍ପୋରେଟ୍ ଟ୍ୟାକ୍ସରେ ୫ ପ୍ରତିଶତ ହ୍ରାସ ହୋଇଛି । ଡିଜିଟାଲ୍ କରେନ୍ସିରୁ ଆୟ ଉପରେ ୩୦% ଟ୍ୟାକ୍ସ ପାଇଁ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।
Comments are closed.