Latest Odisha News

ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ : ନିରାଶ କରିଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ବଜେଟରେ ସେପରି କୌଣସି ବଡ଼ ଧରଣର ଘୋଷଣା ହୋଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ମଧ୍ୟବିତ୍ତ ପରିବାରକୁ ପୁଣି ନିରାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ବଜେଟ ଉପସ୍ଥାପନ ହୋଇଥିବା ବେଳେ, କଣ ହୋଇଛି ଶସ୍ତା ଓ କଣ ହୋଇଛି ମହଙ୍ଗା ଆସନ୍ତୁ ଜାଣିବା ।

ଶସ୍ତା ହୋଇଛି ଗହଣା ଓ ରତ୍ନ ପଥର । ଚମଡ଼ା ସାମଗ୍ରୀ ଓ କପଡା ଶସ୍ତା ହୋଇଛି । ସେହିପରି ଜୋତା, ଚପଲ, ମୋବାଇଲ୍ ଚାର୍ଜର, ମିଥାନଲ୍, ଷ୍ଟେନଲେସ୍ ଷ୍ଟିଲ, ଇଲେକ୍ଟ୍ରୋନିକ ସାମଗ୍ରୀ ଶସ୍ତା ହୋଇଛି । ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫% ହ୍ରାସ କରାଯାଇଥିବା ନେଇ ମଧ୍ୟ ଘୋଷଣା ହୋଇଛି । କ୍ୟାମେରା ଲଷନ୍ସ ମଧ୍ୟ ଶସ୍ତା ହୋଇଥିବା ନେଇ ବଜେଟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ସେହିପରି ହେଡଫୋନ୍, ଏକ୍ସରେ ମେସିନ ମହଙ୍ଗା ହୋଇଛି । ଛତା, ଇମିଟେସନ ଜୁଏଲାରୀ, ଲାଉଡ ସ୍ପିକର, ଇୟର ଫୋନ୍, ସ୍ମାର୍ଟ ମିଟର ଓ ସୋଲାର ସେଲ ମହଙ୍ଗା ହୋଇଥିବା ନେଇ ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Comments are closed.