Latest Odisha News

ଆମେରିକା ଷ୍ଟ୍ରାଇକରେ ଆତଙ୍କୀଙ୍କ ବଦଳରେ ପୁନର୍ବାର ନିହତ ହେଲେ ନିରୀହ ନାଗରିକ !

ୱାଶିଂଟନ: ଆମେରିକା ସେନା ପୁନର୍ବାର ତ୍ରୁଟି କରିଛନ୍ତି । ସିରିୟାରେ ଅଲକାଏଦା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ସମୟରେ ଭୁଲ ଯୋଗୁ ୧୩ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏ ପର୍ଯ୍ୟନ୍ତ ୬ ଶିଶୁ ଓ ୪ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ତୁର୍କୀ ସୀମା ନିକଟବର୍ତି ଇଦଲିବ ଅଂଚଳରେ ଆମେରିକା ସେନା ଓହ୍ଲାଇଥିଲେ । ସେଠାରେ ଗୋଟିଏ ଘରକୁ ଘେରାଉ କରିବା ପରେ ଏହାକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨ ଘଂଟା ଅପେକ୍ଷା କରିବା ପରେ ସେମାନେ ଗ୍ରେନେଡରେ ଘରକୁ ଉଡାଇ ଦେଇଥିଲେ ।

ଆତଙ୍କବାଦୀମାନେ ଗୁଳି ଚାଳନା କରିବାରୁ ଆମେରିକାର କମାଣ୍ଡୋମାନେ ପାଲଟା ଗୁଳିଚାଳନାରେ ସେମାନଙ୍କୁ ମାରି ଦେଇଥିଲେ ବୋଲି କହିଛନ୍ତି । ଏହା ଏକ ସଫଳ ମିଶନ ଥିଲା ଏବଂ କୌଣସି ଆମେରିକୀୟ ମୃତାହତ ହୋଇ ନାହାନ୍ତି ବୋଲି ସ୍ପଷ୍ଟ କରାଯାଇଛି । ଏହି ଘଟଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଆପଗାନିସ୍ତାନରେ ଆମେରିକା ଆଟାକାରେ ନିରୀହ ନାଗରିକ ମୃତ୍ୟୁବରଣ କରିଥିଲେ ।

Comments are closed.