Latest Odisha News

[ଭିଡ଼ିଓ] ଜୀବନ ବଞ୍ଚାଇଲେ ଟ୍ୱିଟର ଗାର୍ଲ ଦୀପା, ଉଦ୍ଧାର ହେଲେ ନିଖୋଜ ଶ୍ରମିକ ଦମ୍ପତି

ବରଗଡ଼: ଜୀବନ ବଞ୍ଚାଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ୍ । ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତି।
ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା । ଠିକ୍ ସେହି ସମୟରେ ଟ୍ୱିଟର୍ ଗାର୍ଲ ଦୀପା ବାରିକଙ୍କ ଗୋଟିଏ ଟ୍ୱିଟ୍ ଯୋଗୁଁ ସୁରକ୍ଷିତ ଭାବେ ସେମାନେ ଘରକୁ ଫେରୁଛନ୍ତି।

କିଛିଦିନ ତଳେ ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିର୍ୟାତନାର ଶିକାର ହେଉଥିଲେ। ଇଟାଭାଟି ମାଲିକ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲା। ଶ୍ରମିକ ଲକ୍ଷ୍ମଣ ଲୁହାର ଅତ୍ୟାଚାର ସହି ନପାରି ଟ୍ରାନ୍ସଫର୍ମର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ବିଭିନ୍ନ ସମୟରେ ନିର୍ଯାତିତ େହୋଇ ଘଟଣା ନେଇ ମହିଳା ଜଣକ ଘରେ ଜଣାଇଥିଲେ।

ଦୀପା ଟ୍ୱିଟର୍ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ପ୍ରମୁଖ ନେତା କେ.ଟି. ରାମାରାଓଙ୍କୁ ଜଣାଇଥିଲେ । ଏହାପରେ ତେଲେଙ୍ଗାନା ପୁଲିସ, ପେଦାପଲ୍ଲୀ ଜିଲ୍ଲା ପ୍ରଶାସନ ଉଭୟ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

Comments are closed, but trackbacks and pingbacks are open.