Latest Odisha News

BREAKING NEWS

ଆସନ୍ତାକାଲି OSSTET ପରୀକ୍ଷା

କଟକ : ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସଏସଟିଇଟି । ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ । ସେହିପରି ଦିନ ୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର-୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ପେପର-୧ ପାଇଁ ୩୩୮ ଓ ପେପର-୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର୍ ମଧ୍ୟ ରହିବ । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ହେଡ୍ ଅଫିସ କଟକରେ କଣ୍ଟ୍ରୋଲ ରୁମ୍ କରାଯାଇଛି । କପି କରି ଧରା ପଡ଼ିଲେ ପରୀକ୍ଷାର୍ଥୀଙ୍କୁ ସବୁଦିନ ପାଇଁ ଅଯୋଗ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

Comments are closed.