Latest Odisha News

BREAKING NEWS

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ଓଡିଶା କ୍ରକେଟର ମଦନ ମୋହନ ମହାନ୍ତି ଆଉ ନାହାନ୍ତି । ବୁଧବାର ତାଙ୍କର  ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି ।ତାଙ୍କ ପତ୍ନୀ କୁମକୁମ ମହାନ୍ତି ଜଣେ ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଏବଂ ତାଙ୍କ ସାନ ପୁଅ ଜଣେ ଓଡିଶା ରଣଜୀ ଖେଳାଳୀ ।

ସ୍ୱର୍ଗତ ଶ୍ରୀଯୁକ୍ତ ମହାନ୍ତି ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରି ଅବସର ନେଇଛନ୍ତି ।ସେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ , କ୍ରୀଡା ଏବଂ ଯୁବ ବ୍ୟାପାର ଏବଂ ବୟନ  ହସ୍ତଶିଳ୍ପ ବିଭାଗରେ ସଚିବ ଭାବେ କାମ କରିଥିଲେ ।ସ୍ୱର୍ଗତ ମହାନ୍ତି ୧୯୬୮ ବ୍ୟାଚର ଆଇଏଏସ୍ ଅଫିସର ଥିଲେ ।

ସେ ୨୫ ଓଡିଶା ରଣଜୀ ଟ୍ରଫି ମ୍ୟାଚରେ ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ ।ମଦନ ମହାନ୍ତି ୯ଟି ମ୍ୟାଚରେ ରାଜ୍ୟ ଦଳରେ ଅଧିନାୟକ ଥିଲେ । ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି ଏବଂ ଡାହଣ ହାତୀ ଅଫ୍ ବୋଲର ଅଟନ୍ତି । ତାଙ୍କ ରଣଜୀ କ୍ୟାରିୟରରେ ସେ ଗୋଟିଏ ଶତକ ଓ୬ ଟି ଅର୍ଦ୍ଧ ଶତକ ହାସଲ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଆଜି ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.