Latest Odisha News

୭୩ ବର୍ଷରେ ବୃଦ୍ଧା ପାଇଲେ ପ୍ରକୃତ ପ୍ରେମ

ୱାଶିଂଟନ:ପ୍ରେମ ଦିବସରେ ଆଜି ସମସ୍ତେ ମତୁଆଲା ହୋଇଥିବା ବେଳେ ମନରେ ଶିହୀରଣ ସୃଷ୍ଟି କରିବା ପରି ଆଉ ଏକ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ୭୩ ବର୍ଷୀୟ କାରୋଲ ଏଚ ମ୍ୟାକ ପରିଣତ ବୟସରେ କିପରି ପ୍ରକୃତ ପ୍ରେମ ପାଇଥିଲେ ତାହା ଟୁଇଟରରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଜୀବନ ଅଦ୍ଭୁତ ଅଟେ । ୪ ଦଶକ ଧରି ବିବାହିତ ରହିବା ପରେ କେବେ ବି ଭାବି ନ ଥିଲି ୭୦ ବର୍ଷରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯିବି । ପୁନର୍ବାର ୭୩ ବର୍ଷରେ ମୋତେ ଭଲ ପାଉଥିବା ଜଣେ ବ୍ୟକ୍ତି ମିଳିଯିବେ ତାହା ଅଶ୍ଚର୍ଯ୍ୟଠାରୁ କମ ନୁହେଁ ।

ୟୁଜର୍ସମାନେ ତାଙ୍କୁ ଏହି ଖୁସି ଖବର ନେଇ ଅଭିନନ୍ଦନ ଜଣାଇଥିଲେ । ଏପରିକି ଜୀବନ ପଥରେ ଏକୁଟିଆ ହୋଇପଡିଥିବା ଅନେକ ମହିଳା ତାଙ୍କଠାରୁ ପ୍ରେମ ନେଇ ପରାମର୍ଶ ଲୋଡୁଛନ୍ତି । କାରୋଲ କିନ୍ତୁ ତାଙ୍କ ପ୍ରେମିକଙ୍କ ସମ୍ପର୍କରେ ବେଶି କିଛି ଉଜାଗର କରି ନାହାନ୍ତି ।

Comments are closed.