ନୂଆଦିଲ୍ଲୀ: ପ୍ରତ୍ୟେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ କମିବାରେ ଲାଗିଛି । ତଥାପି କିଛି ରାଜ୍ୟରେ କଟକଣା ବଳବତ୍ତର ରହିଛି । ଏହି କଟକଣାକୁ ଉଠାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି ।
ଗତ ସପ୍ତାହ ପାଖରୁ କରୋନା ସଂକ୍ରମଣ କମ୍ ହେବାରେ ଲାଗିଛି । ତେଣୁ ଆଉ କଟକଣାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଚିଠିରେ କହିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ରାଜେସ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଜି ଚିଠି ଲେଖି କହିଚନ୍ତି ଯେ, ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ । ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି ।
୨୦୨୨ ଜାନୁଆରୀ ୨୧ ପରଠାରୁ ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ସପ୍ତାହରେ ଦୈନିକ କରୋନା ସଂକ୍ରମଣ ହାର ୫୦.୪୭୬ ପ୍ରତିଶତ ଥିଲା । ଫେବ୍ରୁଆରୀ ମାସ ୧୫ରେ ଦୈନିକ ୩.୩୬ ପ୍ରତିଶତ ତଳକୁ ଖସିଆସିଛି । ସଂକ୍ରମଣ ହ୍ରାସ ହେଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟତ ଓ ଆର୍ଥିକ କାରବାରକୁ କ୍ଷତି ନ ପହଞ୍ଚାଇ କଟକଣାକୁ ପ୍ରତ୍ୟାହାର କରନ୍ତୁ ।
ତେବେ ଚିଠିରେ ରାଜ୍ୟଗୁଡ଼ିକୁ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସ୍ୱାସ୍ଥ୍ୟ ସଚିବ ସଂକ୍ରମଣ ରୋକିବାକୁ ଜାରି ୫ ସୂତ୍ରୀ ନିୟମ ପାଳନ କରିବାକୁ କହିଛନ୍ତି। ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର।
Comments are closed.