ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୮
ବୈଭବ ସେମିତି ଅଟଳ, ଜଡ଼, କଠୋର ହେଇ ରୁହନ୍ତି ।
ଓଃ.. ସେ ଦଣ୍ଡ ଭାରି ଯନ୍ତ୍ରଣା ଦାୟକ । ସେଥିପାଇଁ ବୋଧହୁଏ ତାକୁ ନ’ ଜଣେଇ, କୁମାରକୁ ମେସେଜ୍ କଲେ । ଏଥର ବି ତାଙ୍କ ନିଷ୍ଠୁର ନୀରବତା ଅସହ୍ୟ ହେବ । ତା’ ଛାତି ଧଡ୍ଧଡ୍ ହେଲା । କୋହ ସବୁ ଜମାଟ ବାନ୍ଧି ଆଖି କୋଣରେ ଢଳଢଳ ହେଲା ।
କୁମାର ଦେଖିନେବା କ୍ଷଣୀ ଅପ୍ରସ୍ତୁତ ମନେକଲା । ଜାଣିଗଲା ମ୍ୟାଡ଼ମ୍ ଲୁହ ଛଳଛଳ ଆଖିକୁ ଦେଖି, ସାର୍ଙ୍କ ପାଇଁ ହଜାରେ
ଅଭିମାନ ଧରି ରଖିଛନ୍ତି । ନିଜ ଆଡୁ କଥା ବୁଲେଇବାକୁ ପ୍ରୟାସ କଲା ।
ବୋଧହୁଏ ସିଗ୍ନାଲ୍ ପାଇ ନଥିବ ମ୍ୟାଡ଼ମ୍ ।
କାହାକୁ ବୁଝଉଛ, ମତେ; ନା’ ନିଜକୁ? କ’ଣ ତୁମେ ଏୟା କହିବାକୁ ଆସିଥିଲ କୁମାର? ମେସେଜ୍ କରି ଦେଲନି! ତୁମ ସିଗ୍ନାଲତ’ ଷ୍ଟ୍ରଙ୍ଗ ଥିଲା ନା?
ମ୍ୟାଡ଼ମ୍ଙ୍କର ସାର୍ଙ୍କ ପ୍ରତି ଅଭିମାନକୁ ଅତି ସହଜରେ ବୁଝିପାରେ କୁମାର । ଆରାଧ୍ୟାବି କୁମାର ସାମ୍ନାରେ ନିଜକୁ ସହଜ
ମନେ କରେ । ଆଗରୁ ବେଶୀ ଭାବିଚିନ୍ତି ମନ ଭାରି କରିପାରେନା । କହି ପକାଏ ଅନେକ କିଛି ।
ଏ ପରିସ୍ଥିତି ରେ କ’ଣ କୁହାଯାଇପାରିବ ବୋଲି ଭାବିପାରିଲାନି କୁମାର । ଫ୍ୟାମିଲି ସହ ଯେତେ ଫ୍ରେଣ୍ଡଲି ହେଲେ ବି, ସେ
ଅଫିସର ଜଣେ କର୍ମଚାରୀ । ଏଇଟାବି ସ୍ୱାମୀ ସ୍ତ୍ରୀଙ୍କର ପର୍ସନାଲ୍ ମ୍ୟାଟର୍ । ତେଣୁ କିଛି ନ’ କହି ଏଠୁ ଏବେ ଚାଲିଯିବାଟା ଉଚିତ ହେବ ।
ମ୍ୟାଡ଼ମ କିଛି ଦର୍କାର ହେଲେ ଖବର ଦେବେ । ମୁଁ ବର୍ତ୍ତମାନ ଯାଉଛି ।
ତୁମ ସାର୍ ସବୁ ସୁବିଧା କରି ଦେଇଛନ୍ତି । ସବୁ କଥା ପାଇଁ ଲୋକ ଅଛନ୍ତି ।
ଓକେ ମାମ୍ , ତାହେଲେ ମୁଁ ଏବେ ଯିବି?
ଗୋଟେ ମିନିଟ୍ ଶୁଣତ କୁମାର । ତୁମେ ଏଥର ସାର୍ଙ୍କ ସହ ଯାଇ ନାହଁ ତ? ସେ କ’ଣ ଏକା ଗଲେ କି?’
ନା ମୋର ଅଫିସରେ ବହୁତ କାମ ବଢ଼ି ଯାଇଛି । ନିତିଟା ବ୍ରାଞ୍ଚ ମୋ’ରି ଉପରେ । ସାର୍ଙ୍କ ସହ ଆଲିଆ ଗଲା ।
“ଆଲିଆ?”
ଓଃ ଆପଣ ଜାଣିନାହାନ୍ତି ତା’କୁ । ନୂଆ । ଜଷ୍ଟ ପାସ୍ଡଆଉଟ୍ । ସି ଇଜ୍ ବ୍ରିଲିଆଣ୍ଟ ଇନ୍ ମାର୍କେଟିଙ୍ଗ୍ । ଗଲାଥର ବି ତ’ ସେ ହିଁ
ଯାଇଥିଲା । କହୁନଥିଲି? ଓକେ ଏବେ ଆସିଲି ମୁଁ ।’
ହୁଁ…ଯାଆ..
ଚାଲିଗଲା ଏବଂ ଅଳ୍ପ କିଛି ସମୟ ଭିତରେ ପୁଣି ଫେରିଆସିଲା କୁମାର ।
କ୍ରମଶଃ
Comments are closed.