Latest Odisha News

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ : ମୁଣ୍ଡ ନଖେଳାଇବାକୁ ଉଭୟ ରାଷ୍ଟ୍ରର ଚେତାବନୀ

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଉ ଏହାସହ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାଲାଷ୍ଟିକ ମିସାଇଲ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ଋଷ ରାଷ୍ଟ୍ରପତି ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଚେତାବନୀ ଦେଇ କହିଛନ୍ତି, ଏହି ମାମଲାରେ ମୁଣ୍ଡ ନ ଖେଳାଇବା ପାଇଁ ।

ଯେଉଁ ଦେଶ ମୁଣ୍ଡ ଖେଳାଇବ ସିଏ ଭୟାବହ ପରିଣାମ ଭୋଗିବ । ଏମିତି ପରିଣାମ ଭୋଗିବ ଯାହା ପୂର୍ବରୁ ଇତିହାସରେ ମଧ୍ୟ ଭୋଗିନଥିବେ । ସେହିଭଳି ୟୁକ୍ରେନ ମଧ୍ୟ ଋଷ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ଉଡିବା ଆରମ୍ଭ କରିଛି । ଏହାସହ ତୁର୍କୀ ଠାରୁ ସୈନ୍ୟ ସହାୟତା ମଧ୍ୟ ମାଗିଛି ୟୁକ୍ରେନ । ବିପଦ ସମୟରେ ସୈନ୍ୟ ସହାୟତା କରିବାକୁ ତୁର୍କୀକୁ ଅପିଲ କରିଛି ୟୁକ୍ରେନ ।

ଅନ୍ୟପଟେ ୟୁକ୍ରେନର ବୈଦଶିକ ମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହ ପୂରା ସ୍ଥିତି ବାବଦରେ ଅବଗତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଋଷ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ । ଆମେରିକା ଓ ଏହାର ସହଯୋଗୀ ଏକାଠି ହୋଇ ଏହାର ଜବାବ ଦେବେ । ଆଉ ପୂରା ବିଶ୍ୱ ଏଥିପାଇଁ ଋଷକୁ ଦାୟୀ କରିବ ।

Comments are closed.