Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୧ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।  ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବେଦାନ୍ତ ଦର୍ଶନ ଅନୁସାରେ ଏକ ଓ ଅଦ୍ବୟ ବୋଲି ବିବେଚନା କରାଯାଏ।  ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭାଷାରେ – “ବେଦାନ୍ତ ସିଦ୍ଧାନ୍ତ ନିରୁକ୍ତିରେଷl, ବ୍ରହ୍ମ୍ହେଇବ ଜୀବ ସକଳଂ ଜଗଛ
ଅଖଣ୍ଡ ରୂପ ସ୍ଥିତିରେବ ମୋକ୍ଷୋ ବ୍ରହ୍ମ ଦ୍ଵିତୀୟେ ଶ୍ରୁତୟଃ ପ୍ରମାଣମ୍ ” (ବିବେକ ଚୂଡ଼ାମଣି ଗ୍ରନ୍ଥ )।

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୂଳ ଗ୍ରନ୍ଥ “ବ୍ରହ୍ମସୂତ୍ର “ଆଧାରିତ ବେଦାନ୍ତ ଦର୍ଶନ କହେ ବ୍ରହ୍ମ ହେଉଛନ୍ତି “ଜନ୍ମାଦ୍ୟସ୍ୟ ଯତଃ ”
ଅର୍ଥାତ ଏହି ଜଗତର ଉତ୍ପତି ଯାହା ଦ୍ୱାରା ହୁଏ, ସେହିଁ ବ୍ରହ୍ମ।  ଆଗରୁ ଆଲୋଚନା କରିଛି ପ୍ରକୃତି ଓ ପୁରୁଷ ଦୁଇ ଶକ୍ତିର ସାହାଯ୍ୟ ବିନା ଉତ୍ପତି ଅସମ୍ଭବ।  ତେଣୁ ପରଂବ୍ରହ୍ମଙ୍କ ଶକ୍ତି ସ୍ୱରୂପିଣୀ ମହାମାୟା, ସ୍ୱୟଂ ପ୍ରକୃତି ରୂପେ ପ୍ରକଟିତ ହୋଇଛନ୍ତି। ନିତ୍ୟ ଆନନ୍ଦମୟି ଅନେକ ରୂପ, ଅନେକ ନାମ, ଅନେକ ବିଭୁତିରେ ଭୂଷିତା ସେ ମଧ୍ୟ ସର୍ବବ୍ୟାପକ।  ତଥାପି ଆମେ ତାଙ୍କୁ ଉଡ୍ଡୀୟାନ ପୀଠ ବାସିନୀ ହିସାବରେ ଆଲୋଚନା କରିବା । କାରଣ ଆମର ଆଲୋଚନାର ମୂଳ ଯେହେତୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ; ତାଙ୍କରି ଲୀଳାକ୍ଷେତ୍ରକୁ ଉଡ୍ଡୀୟାନ ପୀଠ ଭାବରେ ବିଚାର କରିବା।  ସ୍ତୁତି କରିବା “ନିତ୍ୟାନନ୍ଦମାୟୀଂ ନିତ୍ୟାଂ, ନିତ୍ୟା ଷୋଡଶିକାନ୍ୱିତlମ, ସର୍ବପୀଠମୟୀମାଦ୍ୟାଂ ପୀଠତ୍ରିତୟମଧ୍ୟଗାମ, ଓଡାଣ୍ୟପୀଠ ନୀଳୟାଂ, ଗୁରୁମଣ୍ଡଳ ନାୟିକାମ୍ । “

ଉଡ୍ଡୀୟାନ ପୀଠ ଅଧିଷ୍ଠାତ୍ରୀ ମହାମାୟା ଅଷ୍ଟମାତୃକା, ନବଚକ୍ରରେ ନବଚକ୍ର ଅଧିଷ୍ଠାତ୍ରୀ ଦେବୀ ତଥା ଦଶମହାବିଦ୍ୟl ରୂପେ ସର୍ବ ପୀଠ ମଧ୍ୟରେ ଆଦି ପୀଠ ଉଡ୍ଡୀୟାନ ପୀଠର ଗୁରୁମଣ୍ଡଳ (ଆଜ୍ଞାଚକ୍ରରେ )ସର୍ବଦା ବିରାଜିତ ହୋଇ କୋଟି କୋଟି ଯୋଗିନୀ, ଯୋଗୀ, ସର୍ବୋପରି ଦେବତା ପୂଜିତା ହୋଇ ରହିଛନ୍ତି।  ସେହିଁ ବୈଖରୀ ରୁପା ମହାମାୟା, ପରାପରା ମହାଲକ୍ଷ୍ମୀ, ମହାଦେବୀ ତ୍ରିପୁରା ସୁନ୍ଦରୀ, ଜଗତ ଆହ୍ଲାଦିନି, ଜଗତର ସଂଜୀବନୀ ଶକ୍ତି,ଜଗତ ରଞ୍ଜନକାରିଣୀ, ରାଜରାଜେଶ୍ବରୀ, ଶ୍ରୀଚକ୍ରରୂପିଣୀ ପରାଶକ୍ତି ରୂପେ ବିରାଜିତ ଓ ପୂଜିତ। ଆଗକୁ ମହାମାୟାଙ୍କ ସମସ୍ତ ରୂପ, ବିଭବ ଓ ବିଭୁତିକୁ ଆଲୋଚନା କରିବା ।  ଏବେ ସମୟ ଦେବୀଙ୍କ ବନ୍ଦନା

“ଜ୍ଞାନିନାମପି ଚେତାଂସି ଦେବୀ ଭଗବତୀ ହିସା, ବଳlଦାକୃଷ୍ୟ ମୋହlୟ ମହାମାୟା ପ୍ରୟଛତି । “

ଜୟ ଜଗନ୍ନାଥ (ଦ. ତ୍ରୀ.  ଉବାଚ )

Comments are closed.