Latest Odisha News

BREAKING NEWS

ପୌର ନିର୍ବାଚରେ ରହିବ ନାହିଁ କୋଭିଡ କଟକଣା

ଭୁବନେଶ୍ୱର: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ । ୧୮୯୯ ୱାର୍ଡରେ ପୌର ନିର୍ବାଚନ ହେବ । ଏଥିପାଇଁ ୪୪୭୫ଟି ବୁଥ ପ୍ରସ୍ତୁତ ରହିଛି । ପୌର ନିର୍ବାଚନ ପ୍ରଚାର ସମୟରେ କୌଣସି କୋଭିଡ କଟକଣା ରହିବ ନାହିଁ । ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେମିତି କରିବେ । ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ଏଥର ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭ ଶହ ୩୧ ଓ ୩ ମହାନଗରର ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ ହେବ । ୪୨ ଲକ୍ଷ ଭୋଯର ନିର୍ବାଚନରେ ଭୋଟ ଦେବେ ।

ନିର୍ବାଚନ କମିଶନ କମିଶନର ଆହୁରି ମଧ୍ୟ କହିଛନ୍ତି ଆଜି ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୧୪ ତାରିଖ ଦିନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ତାଙ୍କର ପ୍ରାର୍ଥୀପତ୍ର ପ୍ରଦ୍ୟାହାର କରି ପାରିବେ ।

ଚଳିତ ଥର ଇଭିଏମ ମାଧ୍ୟମରେ ନିର୍ବାଚନ କରାଯିବ । ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ । ଗୋଟିଏ କର୍ପୋରେଟର ଏବଂ ଆଉ ଗୋଯିଏ ମେୟର ପାଇଁ ରହିବ । ଇଭିଏମ ରହିବା ପାଇଁ ୩ଟି ଷ୍ଟ୍ରଙ୍ଗ ରୁମ ହେବ । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହିତ ୪ଜଣ ପୁଲିଂ ଅଫିସର ରହିବେ ।

Comments are closed.