Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟ ହୋଟେଲ ଭିତରେ କବର ପୂଜା, ଶୁଭ ମନାସୀ ପ୍ରବଳ ଭିଡ଼

ଭୁବନେଶ୍ୱର : କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଯାହା ଆମ ଆଖି ସାମନାରେ ଦେଖୁଛେ ଗୁଜୁରାଟର ଅହମ୍ମଦାବାଦରେ ରହିଛି ଏମିତି କିଛି ହୋଟେଲ। ଯେଉଁଠି ଚା କଫିରୁ ନେଇ ବହୁତ ଟେଷ୍ଟି ଟେଷ୍ଟି ଖାଇବା ସବୁ ତିଆରି କରାଯାଇଥାଏ । ଆଉ ଲୋକ ବି ଜମାଜୋଡ ଏଠାରେ । ହେଲେ ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି। ଏଠାରେ ଟେବୁଲ ବଦଳରେ କବର ଦେଖିବାକୁ ମିଳିଥାଏ। ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି।   ବହୁ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ପ୍ରଥମେ ଏଠାରେ ଗୋଟିଏ ଛୋଟ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଅର୍ଥ ଅଭାବ ଯୋଗୁ ସେ କୁଆଡେ ନଯାଇ ଏହି ମଶାଣି ପାଖରେ ହିଁ ନିଜ ବ୍ୟବସାୟ ଆରମ୍ଭ କରିଥିଲେ। ଆଉ ଧୀରେ ଧୀରେ ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ ହୋଇ ବଢିବାରେ ଲାଗିଥିଲା 

ବ୍ୟକ୍ତି ଜଣକ ଏହି କବରକୁ ତାଙ୍କର ଶୁଭ ବୋଲି ମାନିଥିଲେ। ଆଉ ତା ପରଠାରୁ ସେହି କବର ନିକଟରେ ବଡ କରି ହୋଟେଲ ତିଆରି କରି ବ୍ୟବସାୟ ଚଳାଇଛନ୍ତି। ଖାଲି ସେତକିିି ନୁହେଁ ହୋଟେଲ ମଧ୍ୟରେ ବି କିଛି କବର ଦେଖିବାକୁ ମିଳେ। ପ୍ରୟା ୨୬ରୁ ଅଧିକ କବର ରହିଛି। ସେଥିରେ ପୂଜା କରିବା ସହିତ ଫୁଲ ଆଉ ଧୁପ ଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଏଡି ହୋଟେଲର ନା ବି ଲକି ରେଷ୍ଟୁରାଣ୍ଟ ରଖାଯାଇଛି।

ସାଧାରଣ ଲୋକେ ବିଶ୍ୱାସ ରଖନ୍ତି। ଯେ କୌଣସି କାମରେ ବାହାରିଲା ବେଳେ ଏହି ହୋଟେଲରୁ ଚା ପିଇ ଗଲେ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ଏହାକୁ ସାଧାରଣ ଲୋକେ ବେଶ ଶୁଭ ମାନନ୍ତି।

ସତରେ କଣ ଏହି କବରର ରହିଛି ମାହାତ୍ମ୍ୟା ? ସତରେ କଣ କବର ଥିବା ହୋଟେଲ ଲୋକଙ୍କ ପାଇଁ ଶୁଭ। ଏନେଇ କଣ ରହିଛି ବାସ୍ତବତା। ସମସ୍ତଙ୍କ ଜ୍ଞତ ସାର ବାହାରେ ।

Comments are closed, but trackbacks and pingbacks are open.