ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୩
ସତରେ ସିଙ୍ଗାପୁର ନୁହେଁ ଏଇଟା ସ୍ୱର୍ଗପୁର । ଇଉ କାଣ୍ଟ ଇମାଜିନ୍ । ମୁଁ ବହୁତ ଖୁସି । ଏ ଚିକମିକ୍ ସହରରେ କି ଆକର୍ଷଣ!
ଯାହା ହେଲେ ବି ଦେଶ ବାହାରର କଥା କିଛି ଅଲଗା । ଇଛା ହେଉଛି ସାରା ଜୀବନ ଏଇଠି ବିତାଇଦେବାକୁ । ଆପଣଙ୍କର ଆଇ ମିନ୍ ତୁମର ଏମିତି ଇଛା ହୋଉନି ବିଭୁ?
ସତ କହିଲେ ଆଲିଆ ତୁମେ ସିନା ଫାଷ୍ଟ ଟାଇମ୍ ଆସିଲ, ମୁଁ ଯେତେ ଯୁଆଡେ ଯାଇଛି ସବୁଠାରୁ ଏ ସହର ମତେ ବି ବେଶୀ
ଆକର୍ଷିତ କରିଛି । କିଛି ରୋକ୍ ଟୋକ୍ ନାହିଁ । ସମସ୍ତେ ବିନ୍ଦାଶ୍ । ସବୁ ଥର କାମ ସରିଗଲା ପରେ ବି, ମନ ପୁରେନା । ଇଛା ହୁଏନା ଫେରିଯିବାକୁ । ଏଠି ମତେ ମୁକ୍ତ ଲାଗେ । ଖୋଲା ଲାଗେ । ଜୀବନର ପ୍ରତ୍ୟେକ ମୋମେଣ୍ଟକୁ ଏନ୍ ଜଏ କରି ହେଲା ପରି ଲାଗେ । ଏଥର ପୁଣି ସାଥିରେ ତୁମେ । ଆକର୍ଷଣର ମାତ୍ରାଟା ନିହାତି ଅଧିକ ରହିବନା!
ତେବେ ସେଇ ଇଛା ଟିକୁ ସମ୍ନାନର ସହ ଗ୍ରହଣ କରାଯାଉ । ରହିଯିବା ବିଭୁ ଆଉ କିଛି ଦିନ । ଉଁ?
କଣ କରିବା କୁହ ? ସେଠି ମେନ୍ ଅଫିସ, ବିଜିନେସ୍ ।
ଫେରିବାକୁ ତ’ ପଡ଼ିବ ।
ଡାଲିଙ୍ଗ୍ ,ସେଠି ତ’ ସମ୍ଭାଳି ନେବାକୁ କୁମାର ଅଛି । ପ୍ଲିଜ୍ କିଛି ଦିନ । ସି ବିଚ୍ ରେ ବସି ସମୁଦ୍ରର ବିସ୍ତୀର୍ଣ୍ଣ ନୀଳ ଜଳରାଶିକୁ ନିରୀକ୍ଷଣ କରୁକରୁ ସେଇଥିରେ ହଜି ଯିବାକୁ ଇଛା ହୁଏ । ଦୂର ଦୂର ଯାଏ ଆଖି ପାଏନା । ସ୍ୱପ୍ନ ସବୁ ବାସ୍ତବ ପରି ମନେହୁଏ । ଦୁନିଆଁର ସବୁ ସୁଖ ବୋଧହୁଏ ୟା ରି ଭିତରେ । ଖାଲି ବୁଡ଼ ମାରି ଉଧାର କରିବା କଥା ଓ ଉପଭୋଗ କରିବା କଥା ।
ଆଲିଆ ବୋଧହୁଏ ଠିକ୍ କହୁଛି । କାମ ତ’ ଚାଲିଛି । ଯେତେ ସମୟ ଆଲିଆ ସହ ବିତେଇଥିଲେ ବି ଏମିତି ବେଳାଟା ବେଶୀ ବିଭୋର କରେ । ଚାଲ ଆଲିଆ ରୁମକୁ ଯିବା । ବିନା ୱାଇନ୍ରେ ଏ ମଜାଟା ଅଧୁରା ଲାଗୁଛି ମଃ । ତା’ ସହ ନିରୋଳା ଅନ୍ତଃବସ୍ତ୍ରରେ ଏ ସୁନ୍ଦର ସହରର ସୁନ୍ଦରୀ ତରୁଣୀମାନେ ମତେ ଖୁବ ବେଶୀ ଅନ୍ୟମନସ୍କ କଲେଣି । ଚାଲ ।
ବୈଭବଙ୍କ ରସିକିଆ କଳାଟା ଆଲିଆକୁ ଇର୍ଷା ମିଶ୍ରିତ ଆନନ୍ଦ ଦେଲା କ୍ଷଣି ସେ ତାଙ୍କ ହାତକୁ ପୁଳେ ଚିମୁଟି ଦେଲା । ହସାହସି ହେଇ ଦୁହେଁ ଦେହମୁଣ୍ଡରୁ ବାଲି ଝାଡିଝୁଡି ହେଇ ହୋଟେଲ ରୁମ୍ ଆଡ଼କୁ ମୁଁହେଇଲେ ।
କ୍ରମଶଃ…
Comments are closed.