Latest Odisha News

ଥମୁନି ଋଷ –ୟୁକ୍ରେନ ଯୁଦ୍ଧ: ଋଷ ସେନାର ଆଖିବୁଜା ଗୁଳିଚାଳନା , ୭ମୃତ

ଦିଲ୍ଲୀ: ଋଷ –ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି । ଋଷ ସେନା ଲଗାତାର ଆକ୍ରମଣ କରିବାରେ ଲାଗିଛି । ୟୁକ୍ରେନର ଏକାଧିକ ସହର ଜଳୁଛି । ଗୁଳିମାଡ , ବିସ୍ଫୋରଣ ଭିତରେ ୟୁକ୍ରେନର ସମସ୍ତ ସରକାରୀ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି ।

ଯୁଦ୍ଧକୁ ୧୮ ଦିନ ହେଲାଣି । ଯୁଦ୍ଧ ବନ୍ଦ ହେବାର କୌଣସି ସୂଚନା ମିଳୁନାହିଁ । ଏଭଳି ସ୍ଥଳେ ଦିନକୁ ଦିନ ସ୍ଥିତି ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି । ଖେରସାନରେ ଦୁଇଟି ଋଷୀୟ ଯୁଦ୍ଧ ହେଲିକପ୍ଟରକୁ ଧ୍ୱଂସ କରିଥିବା ୟୁକ୍ରେନ ଦାବି କରିଥିବାବେଳେ ଋଷ ସେନା କିବ୍ ଓବ୍ଲାଷ୍ଟ ଉପରେ ଲଗାତାର ବୋମା ବର୍ଷାଇବାରେ ଲାଗିଛି ।

ଫଳରେ ଜଣେ ଶିଶୁ ସମେତ ୭ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏବଂ ଏଠାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସେପଟେ ପୁଟିନଙ୍କୁ ଜେଲେନସ୍କି ଆଲୋଚନା ପ୍ରସ୍ତାବ ଦେଉଥିବାବେଳେ ଋଷ ସେନାର ଆଉ ଏକ ବର୍ବରତା ଦେଖିବାକୁ ମିଳିଛି । ୟୁକ୍ରେନର ଗ୍ରୀନ କରିଡର ବାଟରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆଖିବୁଜା ଗୁଳିମାଡ କରିଛି ଋଷ ସେନା ।

ଫଳରେ ଜଣେ ଶିଶୁ ସମେତ ୭ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏବଂ ଏଠାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ୟୁକ୍ରେନର ସବୁ ପ୍ରାନ୍ତରେ ଆଜି ରେଡ୍ ସାଇରନ୍ ବାଜିଉଠିଛି । ଫଳରେ ଏହାର ଆକାଶ ମାର୍ଗରୁ ଆକ୍ରମଣ ହେବାର ଯଥେଷ୍ଟ ଚେତାବନୀ ଦିଆଯାଇଛି । ୟୁକ୍ରେନର ଉମାନ, ଖାର୍କିବ୍, କ୍ରାମଷ୍ଟୋର୍କ, ସ୍ଲୋବିୟନସ୍କ, ବିନିସିୟା, କିବ୍, ପୋଲ୍ଟାୱା, ଜାୟିଟମିର, ଖମେଲନିତସ୍କି, ଲ୍ୱିବ୍,ଓଡେଶା, ୟୁଜନେ, ଚେର୍ଣ୍ଣୋମର୍ସ୍କ, ଷବାଲିନ୍, ଜାପରେିଜିୟା, ଇଜମେଲ, କିଲିୟା, ୟୁଜନେ, ବିଲାଇବକା, ଓ ଅବଦିବକା ଆଦି ସହର ରେଡ ସାଇରନ୍ ଶବ୍ଦରେ କମ୍ପି ଉଠିଛି ।

ଏଠ ଫସିରହିଥିବା ଲୋକଙ୍କୁ ତୁରନ୍ତ ମେଟ୍ରୋ ସେଲ୍ଟରକୁ ପଳାଇବାକୁ ଚେତାବନୀ ଦିଆଯାଇଛି ।

Comments are closed.