ଭୁବନେଶ୍ୱର : ଆସୁଛି ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଓଡିଶାକୁ ବାତ୍ୟାର ବିପଦ ନାହିଁ । ଗତକାଲି ସନ୍ଧ୍ୟାରେ ଘୂର୍ଣ୍ଣି ବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗରରେ ଓ ଦକ୍ଷୀଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି ।
ଆଜି ଏହା ପୂର୍ବ ଆଡକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ହୋଇଛି ।ଏହା ୧୯ ତାରିଖ ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ୱେଲ ମାର୍କ ଲୋ ପ୍ରସରରେ ପରିଣତ ହେବ । ୨୦ ତାରିଖରେ ଏହା ଅବପାତରେ ପରିଣତ ହେବ ।୨୧ ତାରିଖରେ ଏହା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପୂର୍ବ ବାଲାଂଦେଶ ଓ ମିଆଁମାରରେ ଲ୍ୟାଣ୍ଡଫଲ କରିବ ।
ଫଳରେ ୧୯ରୁ ୨୧ ତାରିଖ ଆଣ୍ଡାମାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ଓଡିଶା ପ୍ରତି ଏହି ବାତ୍ୟାର ଭୟ ନାହିଁ । ଏନେଇ ଆଇଏମଡି ଡିଜି କହିଛନ୍ତି ।
Comments are closed.