Latest Odisha News

BREAKING NEWS

ଦିନ ଦ୍ୱିପ୍ରହରରେ ଫାୟାରିଂ କରି ଦୋକାନରୁ ସୁନା ଲୁଟି ଚମ୍ପଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଦିନ ଦ୍ୱିପ୍ରହରରେ ଗୁଳି ଚଳାଇ ଦୋକାନରୁ ଲୁଟିନେଲେ ଲକ୍ଷାଧୀକ ଟଙ୍କାର ସୁନା । ପରେ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଯାଆଁଳାରେ ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଯାଆଁଳାରେ ଥିବା ସାଗରିକା ଜୁଏଲାର୍ସ ଦୁଇଜଣ ବାଇକରେ ପହଞ୍ଚି ଥିଲେ । ଉଭୟ ଦେକାନ ଭିତରକୁ ଯାଇ କିଛି କେମିକାଲ ସ୍ପ୍ରେ କରିଥିଲେ । ପରେ ଲୁଟିବା ଆରମ୍ଭ କରିଥିଲେ । ଏହି ସମୟରେ ମାଲିକ ସାଇରନ ବଜାଇ ଦେବାରୁ ଆଖପାଖରେ ଥିବା ଲୋକମାନେ ଆସିଥିଲେ । ଏହା ଦେଖି ଦୁର୍ବୃତ୍ତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ସୁଯୋଗ ଦେଖି ଦୁବୃର୍ତ୍ତମାନେ ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.