ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ୪ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୩ ପରାଜୟ ପରେ ଚାମ୍ପିୟନ ଇଂଲଣ୍ଡ ବିଜୟ ଲୟକୁ ଫେରିଛି । ଅପରପକ୍ଷରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୬.୨ ଓଭରରେ ୧୩୪ରନ କରି ଅଲଆଉଟ ହୋଇ ଯାଇଥିଲା । ଟିମ ଇଣ୍ଡିଆର ସ୍ମୃତି ମାନ୍ଧାନା ୩୫ ଓ ଋଚା ଘୋଷ ୩୩ ରନ କରିଥିଲେ । ଚାଲାର୍ଟ ଡିନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।
୧୩୫ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୩୧.୨ ଓଭରରେ ୬ୱିକେଟ ହରାଇ ହାସଲ କରି ନେଇଥିଲା । ଅଧିନାୟିକା ହାଇଦର ନାଇଟ ୫୩ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ପଂଏଟ ଟେବୁଲରେ ଭାରତ ତୃତୀୟ ଏବଂ ଇଂଲଣ୍ଡ ୭ମ ସ୍ଥାନରେ ରହିଛି ।
Comments are closed.