Latest Odisha News

ବଲିଉଡର ପ୍ରଖ୍ୟାତ୍ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ଦୀର୍ଘ ଦିନରୁ ଅସୁସ୍ଥ ଥିବା ଷ୍ଟଣ୍ଟମ୍ୟାନ୍ ବିରୁ ମୁମ୍ବାଇ ସାନ୍ତାକୁଂଜର ସୂର୍ଯ୍ୟ ମେଡ଼ିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୮୦ରୁ ଅଧିକ ଫିଲ୍ମରେ ଆକ୍ସନ ତଥା ଷ୍ଟଣ୍ଟ୍ କୋରିଓଗ୍ରାଫି କରିଥିବା ବିରୁ ଦେବଗନଙ୍କ ଜନ୍ମ ପଞ୍ଜାବରେ ହୋଇଥିଲା ।

ସେ ହିନ୍ଦୁସ୍ଥାନ କି କସମ, ଫୁଲ ଅର ଅଙ୍ଗାର, ହିମତବାଲା, ପ୍ରେମରୋଗ ଭଳି ଫିଲ୍ମର ଡ଼ାଇରେକ୍ଟ କରିଥିଲେ । ଏହାବ୍ୟତିତ ଜଣେ ଅଭିନେତା ଭାବେ ସେ କ୍ରାନ୍ତି ,ସିଂହାସନ, ଭଳି କିଛି ସିନେମାରେ ନିଜର ଅଭିନୟ ଯାଦୁ ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ବିରୁ ଦେବଗନଙ୍କ ନିଧନ ପରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.