ଯାଜପୁର : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଗତ କାଲି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ଏବେବି ଆଉ ୩ ଜଣ ଯୁବକ ନିଖୋଜ ଅଛନ୍ତି । ମୋଟ ୬ ଜଣ ଯୁବକ ଗୋଟିଏ ବଂଶର ବୋଲି ଜଣାପଡିଛି ।ସେଥିମଧ୍ୟରୁ ଦୁଇ ଜଣ ଭଣଜା ଓ ୪ ଜଣ ଭାଇ ଅଟନ୍ତି ।ଜଣକ ପରେ ଜଣକ ମୃତ ଦେହ ଉଦ୍ଧାର ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ
- ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ
- କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍ ଟ୍ରେନ୍
- ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA
- ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…
- ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’
- ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’
- ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି
- ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି…
- ସାଉଦି ଆରବରେ ଦୃଶ୍ୟମାନ୍ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍
Comments are closed.