Latest Odisha News

BREAKING NEWS

ଭାରତର ଜ୍ୱାଇଁ ହେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଶେଷରେ ଭାରତର ଜ୍ୱାଇଁ ହେବାର ଗୌରବ ଅର୍ଜନ କରିଛନ୍ତି । ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ରଙ୍ଗମୟ ପରିବେଶରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଏହି ବିବାହ ଉତ୍ସବରେ ଅତି ନିକଟତମ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ସୂଚନାଯୋଗ୍ୟ, ତାମିଲ ପରିବାରରୁ ଆସୁଥିବା ଭିନି ପେଶାରେ ଜଣେ ଫାର୍ମାସିଷ୍ଟ । ୨୦୧୭ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲେ । ମ୍ୟାକ୍ସୱେଲ ବିବାହ ବେଳର ଫଟୋ ଶେୟାର କରି ଲେଖିଛନ୍ତି ମିଷ୍ଟର ଆଣ୍ଡ ମିସେସ ମ୍ୟାକ୍ସୱେଲ । ୧୮.୦୩.୨୨ । ବିଭିନ୍ନ ମହଲରୁ ଏହି ଯୋଡିଙ୍କ ପ୍ରତି ଶୁଭେଚ୍ଛା ବାର୍ତା ଆସିବାରେ ଲାଗିଛି ।

Comments are closed.