ପୁରୀ: ହୋଲି ପାଳନ ବେଳେ ଫୁଟିଲା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ଗତକାଲି ବୋମାମାଡ଼ ଓ ଗୁଳି ଚାଳନା ପରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ପ୍ରଶାସନ । ଗିରଫଦାରୀ ଭୟରେ ପୂରା ଦଣ୍ଡୁଆସିପଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।
ଗତକାଲି ହୋଲି ଖେଳ ବେଳେ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗଣ୍ଡଗୋଳ ନେଇଥିଲା ଉଗ୍ର ରୂପ । ବୋମାମାଡ଼ ଓ ଗୁଳି ଚାଳନା ହୋଇଥିଲା । ବୋମାମଡ଼ରେ ୪ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିଲେ ।
ପୂର୍ବରୁ ଫେବ୍ରୁଆରୀ ୧୦ ତାରିଖରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ଜଣ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ୬ ଜଣଙ୍କୁ ଗିରଫ କରିଥିଲା । ପରେ ୧୯ ତାରିଖରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ବୋମାମାଡ଼ ହୋଇଥିଲା । ଏହି ଘଟାରେ ୨୧ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
Comments are closed.