ଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧର ୨୫ ଦିନରେ ଘନ ଘନ ବୋମାମାଡ ଓ ମିଜାଇଲ ଆକ୍ରମଣ । ରବିବାର ୟୁକ୍ରେନର ଦକ୍ଷିଣରେ ଥିବା ମାଇକୋଲାଇଭ ଅଞ୍ଚଳର ସୁପରସୋନିକ ମିଜାଇଲ ମାଡ କରି ତୈଳ ଭଣ୍ଡାରକୁ ଛାର ଖାର କରିଦେଇଛି । ବ୍ଲାକ ସିିରୁ ସୁପରସୋନିକ ମିଜାଇଲ ମିଜାଇଲ ମାଡରେ ତୈଳଭଣ୍ଡାର ନଷ୍ଟ ହେବା ସହ ଶହେରୁ ଅଧିକ ୟୁକ୍ରେନ ସେନା ନିହତ ହୋଇଥିବା ଦାବି କରିଛି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ।
ସେପଟେ ରୁଷ ଆକ୍ରମଣରେ ମେରିୟୁପୋଲ ସହରର ବଡ ଷ୍ଟିଲ କାରଖାନା କ୍ଷତିଗ୍ରସ୍ତ ହୋଇଛି ।
ରୁଷ ମିଜାଇଲ ମାଡ କରି ୟୁକ୍ରେନର ତୈଳଭଣ୍ଡାରକୁ ଛାରଖାର କରିବା ସହ ମିଜାଇ ଓ ଷ୍ଟିଲ ପ୍ଲାଣ୍ଟକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି । ଯୁଦ୍ଧର ଅବଧି ବଢୁଥିବା ଦେଖି ୟୁକ୍ରେନର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ପାଇଁ ତୈଳଭଣ୍ଡାର ଓ ଷ୍ଟିଲ ପ୍ଲାଣ୍ଟ ଉପରେ ମସ୍କୋ ଆକ୍ରମଣ କରିଛି ।
ୟୁକ୍ରେନର ରାଜଧାନୀ କିଭ ଓ ମେରିୟୁପୋଲ ରୁଷ ସେନାର ଟାର୍ଗେଟରେ ରହିଛି । ମେରିୟୁପୋଲକୁ ତିନି ପଟୁ ଘେରି ଯାଇ ଘନ ଘନ ଆକ୍ରମଣ ଜାରି ରଖିଛି ମସ୍କୋ । ପୁଟିନ ସେନା ମେରିୟୁପୋଲର ଏକ ଆର୍ଟ ସ୍କୁଲ ଉପରେ ବୋମାବର୍ଷା କରିଛି, ଯେଉଁଠି ଜୀବନ ବଞ୍ଚାଇବାକୁ ଶିଶୁ, ବୃଦ୍ଧ, ବୃଦ୍ଧା ସମେତ ୪ଶହ ଲୋକ ଆଶ୍ରୟ ନେଇଥିଲେ ।
ରୁଷ ସେନାର ବୋମା ମାଡରେ ଆର୍ଟ ସ୍କୁଲ ଛାରଖାର ହୋଇଯାଇଛି, ମୃତାହତ ବାବଦରେ ସୂଚନା ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ରୁଷ ଆକ୍ରମଣରେ ମେରିୟୁପୋଲର ୨୩ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ସୂଚନା ମିଳିଛି ।
Comments are closed.