Latest Odisha News

[ଭିଡିଓ] ନିଆଁର ଆଁରେ ମୁକ୍ତାପଶି ପଶ୍ଚିମାଞ୍ଚଳ ବନାଞ୍ଚଳ , ଜଳୁଛି ଶହ ଶହ ଏକର ସଂରକ୍ଷିତ ଜଙ୍ଗଲ

କାମାକ୍ଷାନଗର : ଜଳୁଛି ଶହ ଶହ ଏକର ଜଙ୍ଗଲ । ନିଆଁ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଶିଆରିମାଳିଆ ଗାଁ ପାଖରେ ଥିବା ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛିା ଜଙ୍ଗଲରେ ନିଆଁ ଲାଗି ଯିବା ଯୋଗୁଁ ଶାଳ , ପିଆଶାଳ, ଶାଗୁଆନ ଭଳି ଅନେକ ମୂଲ୍ୟବାନ ଗଛ ପୋଡି ପାଉଁସ ହୋଇଯାଉଛି । ପ୍ରାୟ ଶହ ଶହ ଏକର ଜଙ୍ଗଲ ଏଭଳି ଜଳୁଥିବା ଦେଖିବାକୁ ମିଳିଛି ।

ନିଆଁର ପ୍ରକୋପ ବହୁତ ଥିବାରୁ ଏହା ଆୟତ୍ତ ମଧ୍ୟ ହୋଇପାରିନି । ସେପଟେ ଏନେଇ ବନ ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ ।ସେପଟେ ଏହି ଜଙ୍ଗଲର ନିଆଁ ଛୋଟ ଛୋଟ ଚାର ଗଛକୁ ମଧ୍ୟ ନଷ୍ଟ କରବା ସହ ପଶୁ ପକ୍ଷୀଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଦେଇଛି ।

Comments are closed.