କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ : ରାଜପଥ ଅବରୋଧ ,ଗାଡି ମଟର ଚଳାଚଳ ବାଧାପ୍ରାପ୍ତ
ୟୁନାଇଟେଡ ଟ୍ରେଡ ୟୁନିୟନ ପକ୍ଷରୁ ବନ୍ଦ ଡାକାରା
କେନ୍ଦୁଝର : ବିଭିନ୍ନ ଦାବି ନେଇ ଆଜି ଠାରୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି ।ୟୁନାଇଟେଡ ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକାରା ଦିଆଯାଇଛି ।ଏଥିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଙ୍ଗଠନ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଦୁଇଦିନ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ କେନ୍ଦୁଝରର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।ଆନ୍ଦୋଳନ କାରୀ ସିଆଇଟିୟୁ କର୍ମକର୍ତ୍ତା ଏବଂ ଶ୍ରମିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରାଯାଇ ରାସ୍ତାକୋର କରାଯାଇଛି ।
ସହରରେ ଦୋକାନ, ବଜାର ବନ୍ଦ ସହ ଗାନ୍ଧୀ ଛକ ଠାରେ କଲେ ବିକ୍ଷୋଭ କରିଥିଲେ ଆନ୍ଦୋଳନ କାରୀ । ସହରରେ ବିଭିନ ଚକ ରେ ପିକେଟିଂ କରିବା ସହିତ । ସହରର ଗାନ୍ଧୀ ଛକ ଓ ଜିଲ୍ଲାପାଳ ଙ୍କ ଅଫିସ ଛକ ଆଗରେ ଫାଟକରେ ପୋଷ୍ଟର ଲଗାଇ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଏହା ସହିତ ରାସ୍ତାରେ ଯାଉଥିବା ଗାଡି ମୋଟରକୁ ମଧ୍ୟ ବନ୍ଦ କରାଯାଉଛି । ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନର ବନ୍ଦ ଡାକରାରେ ବ୍ୟାଙ୍କ ୟୁନିୟନ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ।
ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।ଆଜି ସକାଳୁ ସକାଳୁ ରାଷ୍ଟ୍ରିୟ କିଷାନ କ୍ଷେତ ମଜଦୂର କେନ୍ଦୁଝର ଶାଖା ତରଫରୁ କେନ୍ଦୁଝରଗଡ଼ ରେଳ ଷ୍ଟେସନରେ କିଛି ସମୟ ଅଟକେଇଲେ ପାସେଞ୍ଜର ଟ୍ରେନ ଓ ରାଞ୍ଚି ବିକାଶପାଟନମ ଏକ୍ସପ୍ରେସ, ପୋଲିସ ପହଁଚିଲା ପରେ ଛାଡିଲା ଟ୍ରେନ। କେନ୍ଦୁଝର ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ ଦିଆଯାଇଛି । ଦୋକାନ ବଜାର,ସରକାରୀ,ବେସରକାରୀ ପ୍ରତିଷ୍ଠାନ ଓ ଗାଡିମୋଟର ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଆହ୍ୱାନ କରିଛନ୍ତି ଆନ୍ଦୋଳନକାରୀ ।
Comments are closed.