Latest Odisha News

BREAKING NEWS

ସିନେମା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଫିଲ୍ମରେ ଅଭିନୟ କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ହେବା ସହିତ ତାକୁ ଥାନାରେ ଅଟକ ରଖି ପଚରାଉୁରା କରୁଛି ପୁଲିସ୍।

ଗତ ମାର୍ଚ୍ଚ ୪ତାରିଖ ଦିନ ରାତିରେ ସୁଟିଂ ବାହାନାରେ ଯୁବତୀଙ୍କ ଘରୁ ଡାକି ଆଣିଥିଲେ । ପରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହିକ୍ରମରେ ଅଭିଯୁକ୍ତ ସରୋଜ ବିଶ୍ୱାଳକୁ ଖୋର୍ଦ୍ଧାରୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

Leave A Reply

Your email address will not be published.