Latest Odisha News

ବନ୍ଦ ହେଲା ବାରୁଣୀ ସ୍ନାନ: ବୁଡ଼ ଅଂଚଳରେ ୧୪୪ ଧାରା

ଯାଜପୁର: ବନ୍ଦ ହେଲା ବାରୁଣୀ ସ୍ନାନ। ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରିଣୀ ବୁଡ଼ ଅଂଚଳରେ ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଲଗାଇଛି ପ୍ରଶାସନ । କରୋନା କଟକଣା ପାଇଁ ୨ବର୍ଷ ହେଲା ବାରୁଣୀ ବୁଡ଼ ବନ୍ଦ ରହିଥିଲା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା ରଖିଥିଲେ ।

ଦଶାଶ୍ବମେଧ ଘାଟ ନିକଟରେ ଏକ ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବାରୁଣୀ ବୁଡ଼ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଯାଜପୁର ଜିଲ୍ଲାର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତିବର୍ଷ ବାରୁଣୀ ବୁଡ଼ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପାଇଁ ଭିଡ଼ ଲଗାନ୍ତି ।

ପ୍ରଶାସନ ପକ୍ଷରୁ ବୈତରଣୀ ନଦୀର ଆଖପାଖ ଅଞ୍ଚଳରେ କୌଣସି ବ୍ୟକ୍ତି ନ ଯିବା କିମ୍ବା ଦୋକାନ ନ କରିବାକୁ ମାଇକ ଯୋଗେ ପ୍ରଚାର କରାଯାଇଛି ।

Leave A Reply

Your email address will not be published.