Latest Odisha News

BREAKING NEWS

ରୋଗୀଙ୍କୁ ନେଇ ଯିବା ବାଟରେ ଓଲଟିଲା ୧୦୮ ଆମ୍ବୁଲାନ୍ସ ,୪ ଆହତ

ନବରଙ୍ଗପୁର : ରୋଗୀଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ୧୦୮ ଆମ୍ବୁାଲାନ୍ସ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୋଷାଗୁମୁଡା ରାସ୍ତାର ତଣ୍ଡାଗୁଡା ଗାଁରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖଟୁବାଇ ଗାଁରୁ ପାପଡାହାଣ୍ଡି ଡାକ୍ତରଖାନାକୁ ରୋଗିନେଇ ଆସୁଥିବା ବେଳେ ଆମ୍ବୁଲାନ୍ସର ଚକ ବାହାରିପଡିଥିଲା ।ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା । ହଠାତ୍ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ରୋଗି ଓ କର୍ମଚାରୀଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ।

ପରେ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Comments are closed.