Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ । ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ(ଆରଏମସି) କୋପରେଟିଭ୍ ଇନିସପେକ୍ଟର ବନମାଳୀ ନାଏକଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ୍ ଚଳାଇଛନ୍ତି ଭିଜିଲାନ୍ସ ଟିମ୍ ।

ସୁନ୍ଦରଗଡ଼ ସହର ତଳଶଙ୍କରାରେ ଦୁଇଟି ତିନି ମହଲା ବିଲଡିଂ ଅଛି । ଗୋଟିଏ ଦୁଇ ମହଲା କୋଠା ରହିଛି । କିଞ୍ଜିରିକେଲାରେ ପୈତୃକ ଘର, ଲେଫ୍ରିପଡ଼ାରେ ସମ୍ପର୍କୀୟଙ୍କ ଘର ଓ ଆରଏମସି ଅଫିସରେ ପଞ୍ଝା ମାରିଛି ଭିଜିଲାନ୍ସ । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୫ ଜଣ ଡିଏସପି, ୭ ଇନି,ପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ।

Leave A Reply

Your email address will not be published.