ରାୟଗଡା : ରାୟଗଡା ସାଇପ୍ରିୟା ନଗର ତୃତୀୟ ଲାଇନରେ ହୋଇଛି ବଡ ଧରଣର ଡକାୟତି । ରେଳବାଇରେ ଗୁଡ୍ସ ଟ୍ରେନ୍ ଗାର୍ଡ ଭାବେ କାର୍ଯ୍ୟରତ ଏମ.ଭେଙ୍କେଟ ରାଓଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ ହୋଇଛି । ୮ଜଣିଆ ଏକ ଡକାୟତି ଗ୍ୟାଙ୍ଗ ରାତିଅଧରେ ଘରର ଝରକା ଓ ଲୁହା ଗ୍ରୀଲ ଭାଙ୍ଗି ଘରେ ପଶି ଲୁଟି ନେଇଛନ୍ତି ୨୦ତୋଳା ସୁନା ଗହଣା ସହ ନଗଦ ୩୦ହଜାର ଟଙ୍କା ଏବଂ ମୋବାଇଲ ।
ଭେଙ୍କେଟ ରାଓ, ତାଙ୍କ ସ୍ତ୍ରୀ ଭବାନୀ ଓ ଦୁଇଟି ପୁଅ ନିଜ ଶୋଇବା ରୁମରେ ଶୋଇଥିବା ବେଳେ ଦୁର୍ବୁତମାନେ ସମସ୍ତଙ୍କୁ ନିଦରୁ ଉଠାଇ ହାତଗୋଡି ବାନ୍ଧି ଘରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ମାଗିଥିଲେ । ହାତରେ ହାତୁଡି,ଶାବଳ,ଲୁହାରଡ ଭଳି ମାରଣାସ୍ତ୍ର ଧରି ସୁନା ଅଳଙ୍କାର ନ ଦେଲେ ଜୀବନରେ ମାରି ଦେବାର ଧମକ ଦେବାରୁ ଭୟରେ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ଦେଇଥିଲେ ଭେଙ୍କେଟ ରାଓ ।
ଦୁର୍ବୁତମାନେ ଲୁଟପାଟ କରି ଚାଲିଯିବା ପରେ ଭେଙ୍କେଟ ରାଓ ଘଟଣା ସଂପର୍କରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.