Latest Odisha News

BREAKING NEWS

ଦୁଇ ଦିନ ଧରି ତେଲ ଦର ଅପରିବର୍ତ୍ତିତ, କେବେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ଲଗାତର ପାଖାପାଖି ୮୦ ପଇସା ତେଲ ଦର ବଢିଚାଲିଥିଲା । ଏବେ କିନ୍ତୁ ଦୁଇ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । ଦର ଏଭଳି ବଢୁଛି ଯେ ଲୋକେ ଗ୍ରୀଷ୍ମ ପ୍ରବାହରେ ଖରାର ତାତି ତୁଳନାରେ ତେଲର ତାତିକୁ ଅଧିକ ଭୟ କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ୪୪ ଦିନରେ ପହଞ୍ଚିଛି । ଯୁଦ୍ଧ ପାଇଁ ତେଲ ଦର ବଢୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପଟେ ନାଟୋ କହିଛି ଏହି ଯୁଦ୍ଧ ଆହୁରି ଚାଲିବ । ଅର୍ଥାତ ନିକଟ ଅତୀତରେ ତେଲ ଦର କମିବ ନାହିଁ । ଏହାପରେ ଭାରତ ଭଳି ଦେଶର ଲୋକେ ଚର୍ଚ୍ଚା ଆରମ୍ଭ କଲେଣି ଦେଶରେ ତେଲ ଦର ଆହୁରି କେତେ ଦିନ ବଢିବ ଏବଂ କେବେ ଶସ୍ତା ହେବ। ସରକାର କିଛି ପଦକ୍ଷେପ ନେବେ ନା ଦରଦାମ ବୃଦ୍ଧି ଯୋଗୁଁ ଆମର ଅବସ୍ଥା ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ହେବ ।

BjdElectrycity

ବିଭିନ୍ନ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ବୟାନକୁ ଆଧାର କଲେ ଜଣାପଡୁଛି ତେଲ ଦର ମେ ମାସ ଯାଏ ବଢି ଚାଲିବ । ଏହାପରେ ତେଲ ଦର କମିବାର ସମ୍ଭାବନା ରହିଛି । ଯଦି ଏହା ପୂର୍ବରୁ ତେଲ ଦର କମିପାରିବ ତାହେଲେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାର ଟିକସ ଛାଡ କରି ଲୋକଙ୍କ ପକେଟକୁ ଆଶ୍ୱସ୍ତି ଦେଇପାରିବେ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମେ’ ମାସ ଯାଏ ଏହି ଧାରା ଜାରି ରହିବାର ସମ୍ଭାବନା ରହିଛି। କାରଣ ଦେଶର ଦୁଇ ପ୍ରମୁଖ ତୈଳ ବିପଣନ କମ୍ପାନୀ ସାଉଦି ଅରାମକୋଠାରୁ ଅଶୋଧିତ ତୈଳ କିଣିବେ। ନିକଟରେ ସାଉଦି ଅରାମକୋ ଏସିଆ ପାଇଁ ଅଶୋଧିତ ତୈଳ ଦର ବୃଦ୍ଧି କରିଥିବା ଖବର ସରବରାହ ସଂସ୍ଥା ରଏଟର୍ସର ଏକ ରିପୋର୍ଟରୁ ଜଣାପଡ଼ିଛି। ଫଳରେ ଏସିଆର ବିଭିନ୍ନ ଅଞ୍ଚଳରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ତେଲ କମ୍ପାନୀ ମେ ମାସ ଯାଏ ତେଲ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଚୁକ୍ତି ଅନୁୟାୟୀ ଭାରତୀୟ କମ୍ପାନୀମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅଶୋଧିତ ତୈଳ କିଣିବେ।

ଶସ୍ତା ଅଶୋଧିତ ତେଲ କିଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ବିକଳ୍ପ ଖୋଜୁଛନ୍ତି ବୋଲି ଗୁରୁବାର ଅର୍ଥ ମନ୍ତ୍ରଣାଳୟ କହିଛି। ଏଥିପାଇଁ ଆମଦାନୀ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ କରିପାରନ୍ତି ମୋଦୀ ସରକାର । ମାସିକ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି ଯେ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ। ଯଦି ଅଶୋଧିତ ତେଲ ମୂଲ୍ୟ ଚଳିତ ମାସରେ ୧୧୦-୧୨୦ ଡଲାର ମଧ୍ୟରେ ରହେ, ତେବେ ମୁଦ୍ରାସ୍ଫୀତିରେ ପ୍ରଭାବିତ ହେବ ବୋଲି ଅଧିକାରୀ କହିଛନ୍ତି।

ଏହାର ପ୍ରଭାବ ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିବ। ବିଦ୍ୟୁତ୍ ଉତ୍ପାଦନ ପାଇଁ ଭାରତ ଆମଦାନୀ କରୁଥିବା କୋଇଲା ଉପରେ ନିର୍ଭରଶୀଳ । କୋଇଲା ମୂଲ୍ୟ ବର୍ଷକୁ ୧୯୬ ପ୍ରତିଶତ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବିଜୁଳି ମହଙ୍ଗା ହୋଇଥିବାରୁ ଅଧିକାଂଶ ସାମଗ୍ରୀର ଦରଦାମ ବଢ଼ିବ।

ଫେବୃଆରୀ ତୁଳନାରେ ମାର୍ଚ୍ଚରେ ଭାରତ ଅଶୋଧିତ ତେଲ ବ୍ୟାରେଲ ପିଛା ହାରାହାରି ୧୯.୩୩ଡଲାରରୁ ଅଧିକ ଟଙ୍କାରେ କିଣିଥିଲା। ସରକାରଙ୍କ ରିପୋର୍ଟ ଅନୁୟାୟୀ, ଅଶୋଧିତ ତେଲର ମୂଲ୍ୟ ଫେବୃଆରୀରେ ୯୪.୦୭ ଡଲାର ରହିଥିବା ବେଳେ ମାର୍ଚ୍ଚରେ ବ୍ୟାରେଲ ପିଛା ୧୧୩.୪୦ ଡଲାରକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.