Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏମିତି ସାଧାରଣ ଭାବରେ କେହି ପରଂବ୍ରହ୍ମ କହିନାହାନ୍ତି, ସ୍କନ୍ଦ ପୁରାଣ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛି ” ଦାରବୀ ମୂର୍ତ୍ତିରେ ଷେତି ପ୍ରତିମା ବୁଦ୍ଧିରତ୍ରବୈ, ମା’ଭୁତ୍ତେ ନୃପଣାଦୃଳ ପରଂବ୍ରହ୍ମl କୃତି ସ୍ତିୟମ । “ ଅର୍ଥାତ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି କେବଳ ଦାରୁର ବିଗ୍ରହ ନୁହଁନ୍ତି। ଏମାନେ ଦାରୁବ୍ରହ୍ମ ରୂପରେ ସ୍ୱୟଂ ପରଂବ୍ରହ୍ମ। ଏଭଳି ପରଂବ୍ରହ୍ମ ଅନାଦିପୁରୁଷଙ୍କ ଦର୍ଶନ ମାତ୍ରେ ମୁକ୍ତି ଅନିବାର୍ଯ୍ୟ । ଏହି କଥା ପ୍ରତ୍ୟେକ ଜ୍ଞାନୀ ଭକ୍ତଙ୍କୁ ଜଣା। କିନ୍ତୁ ତା’ ପଛରେ ଥିବା ତତ୍ତ୍ୱ ବା ବିଧି କେତେ ଜଣ ଜାଣନ୍ତି ? ମୋତେ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାତ ହୋଇନି।

କେବଳ ହସ୍ତଗତ କିଛି ତତ୍ତ୍ୱ ଆଜି ଆଲୋଚନା କରୁଛି, ଆମେ ସମସ୍ତେ ପରଂବ୍ରହ୍ମଙ୍କ ଦର୍ଶନ ପାଇଁ ବାଇଶି ପାହାଚ ଡେଇଁ ଯାଉଛେ। କିନ୍ତୁ କେତେଜଣ “ଯମଶିଳା “ରେ ପାଦ ରଖି ପlବଚ୍ଛ ଅତିକ୍ରମ କରୁଛେ। ମୁକ୍ତି ଆଶାୟି ପ୍ରଥମେ ଯମଶିଳା ସ୍ପର୍ଶ କରି ମୁକ୍ତି କାମନା କରିବେ। କିନ୍ତୁ ଫେରିବା ସମୟରେ ଏହାକୁ ଜମା ସ୍ପର୍ଶ କରିବେ ନାହିଁ। ଏହାପରେ ବାଇଶି ପାହାଚର ତନ୍ତ୍ରlୟିତ ରୁପ ଦେବୀମାନଙ୍କୁ ଆରାଧନା କରିବେ। ଯଥା : “ଯlଦେବୀ ସର୍ବଭୂତେଷୁ ବିଷ୍ଣୁମାୟେତି ଶବ୍ଦିତା, ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋ ନମଃ। ” ଏହିଭଳି ଦେବୀ ବିଷ୍ଣୁମାୟା, ଚେତନା, ବୁଦ୍ଧି, କ୍ଷlନ୍ତି, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧl, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ମାତୃ, ଭ୍ରାନ୍ତି, ବ୍ୟାପ୍ତି, ଇତ୍ୟାଦି ବାଇଶି ପାହାଚର ତନ୍ତ୍ରlୟିତ ରୁପକୁ ଧ୍ୟାନ ଓ ପାର୍ଥନା କରିବା।

ବାଇଶି ପାହାଚର ଅନେକ ରୁପ ଓ ଅନେକ ନାମ ଶାସ୍ତ୍ରରେ ବର୍ଣ୍ଣିତ । ମୁଁ କିନ୍ତୁ ମୁକ୍ତିକାମୀ ଭକ୍ତଙ୍କ ପାଇଁ ଏହି ନାମ ଉଲ୍ଲେଖ କଲି। କାରଣ ମୁକ୍ତିକାମୀ ଜ୍ଞାନି ମାନେ ମଧ୍ୟ ଦେବୀଙ୍କ ବଲବତୀ ମାୟାରେ ବିଭ୍ରାନ୍ତିକୁ ସାମନା କରନ୍ତି। ସେଥିପାଇଁ ବାଇଶି ପାହାଚ ପରେ ସାତପାହାଚ ଅତିକ୍ରମ କରିବାକୁ ପଡେ। ଏହି ସାତ ପାହାଚ ସପ୍ତ ମାତୃକାଙ୍କ ପ୍ରତୀକ ଯଥା : ବ୍ରlହ୍ମlଣୀ,ମାହେଶ୍ୱରୀ, କୌମାରି, ବୈଷ୍ଣବୀ, ଯଜ୍ଞବାରାହୀ, ନାରସିଂହୀ, ଐନ୍ଦ୍ରି ଓ ଚାମୁଣ୍ଡା। । ଏହି ସପ୍ତ ମାତୃକାଙ୍କ ଧ୍ୟାନ ପୂର୍ବରୁ ସାତ ପାହାଚ ତଳେ ଥିବା ଦର୍ପଣଶିଳାଙ୍କୁ ଦର୍ଶନ ଓ ପାର୍ଥନା କରିବେ। କୁହାଯାଏ କଂସ ଏହି ଶିଳାରେ ଦେବୀଙ୍କୁ କଚାଡି ମାରିବାର ଚେଷ୍ଠା କରିଥିଲା କିନ୍ତୁ ଦେବୀ ମାୟାରେ ଖସିଯାଇ ଅଷ୍ଟଭୁଜା ଦୁର୍ଗା ରୂପରେ କଂସକୁ ଦେଖା ଦେଇ ଉଭେଇ ଯାଇଥିଲେ। ତେଣୁ ଏହାଙ୍କୁ ପ୍ରଣାମ କରିବା ସହ ସପ୍ତମାତୃକାଙ୍କ ଆରାଧନା ଆପଣଙ୍କୁ ମାୟା ମୁକ୍ତ କରିବ। ଏହାପରେ ପରଂବ୍ରହ୍ମଙ୍କ ଦର୍ଶନର ମୁଖ୍ୟ ସୋପାନ। ଅର୍ଥାତ ପଞ୍ଚକୋଶ ଅତିକ୍ରମ, ଆଗାମୀ ସମୟରେ କରିବା। ଆଜି ଆରାଧନାର ସମୟ “ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ, ଯ ନିତ୍ୟ ରମତେ ନୀଳାଚଳେ ବୈ- ବ୍ରହ୍ମଧାମିନୀ । “

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.