Latest Odisha News

BREAKING NEWS

ବାଲୁକା କଳା ମାଧ୍ୟମରେ ରାମ ନବମୀ ଶୁଭେଚ୍ଛା

ପୁରୀ : ଆଜି ପବିତ୍ର ରାମ ନବମୀ । ରାମନବମୀ ଅବସରରେ ସୁବଆଡେ ଚଳଚଞ୍ଚଳ। ପ୍ରଭୁ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବିଭିନ୍ନ ମନ୍ଦିର ଗୁଡିକରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍। କରୋନା କଟକଣା ପରେ ପରେ ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ଶ୍ରଦ୍ଧାଳୁ।

ସେହିଭଳି ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସେ ଏହି କଳା କୃତ୍ତି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

ସେ ନିଜ କଳା ମାଧ୍ୟମରେ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଚିତ୍ରକୁ ଆଙ୍କି କଳାକୃତ୍ତି କରିଛନ୍ତି । ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ମଧ୍ୟ ସେ ଏହି କଳା କୃତ୍ତିରେ ବାର୍ତ୍ତା ଦେଇଛନ୍ତି ।

ଆଜି ରାମ ପବିତ୍ର ନବମୀ ଥିବାରୁ ରାମନବମୀ ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମରେ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପାଳନ ବନ୍ଦ ରହିଥିଲା ।

Comments are closed.