Latest Odisha News

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି ।
ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଛୋଟ ପିଲା ଗୁରୁତର ହୋଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ମୃତକ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ସେ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ । ଖାରବେଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.