ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୯
ନିହାତି କିଛି ସିରିୟସ୍ ଇସୁ । ନହେଲେ ଆବଶ୍ୟକତାଠାରୁ ଏତେ ଅଧିକ ବିଚଳିତ ତା’ଙ୍କୁ କେବେ ଦେଖିନି ।
ହଁ ସିରିୟସ୍ । ଆଲିଆ ଯେ ଏତେ ଧୃତ, ସେ କେବେ ହେଲେ କଳ୍ପନା କରି ନଥିଲା । ତା’କୁ ଅଭାବ କ’ ଣ ହେଲା ? ସେ ଯାହା ଚାହିଁଲା ତା’ ତ ପାଇଲା ? ଆଉ ଯାହା ବାକିଥିଲା, ଏ ଭିତରେ ଲୁଇସ୍ ଭିଲ୍ଲା ମଡ୍ଗେଜ୍ ରଖି ଲକ୍ଷଲକ୍ଷ ଟଙ୍କା ତା’କୁ ଦେଇସାରିଲାଣି । ଛିଃ..କେତେ ଚାଲାକିରେ ସେ ଏ କାମ କରିଛି! ତା’ର ଆଉ କିଛି ହେଲେ ବାକି ନାହିଁ । ସବୁ ବର୍ବାଦ୍
କାରିସାରିବା ପରେ, ଯେଉଁ ଇଜ୍ଜତ ଟିକଟ ଅଛି, ତା’ ବି ବଜାରରେ ନିଲାମ କରିବାକୁ ବସିଛି । ବିଚ୍, ବାସ୍ଟାର୍ଡ ।
ତା’ର ଇଜ୍ଜତ ବୋଲି କିଛି ଅଛି? ତାକୁ ଖାଲି ଟଙ୍କା ଦର୍କାର ଟଙ୍କା । ଆଗରୁ କେତେ ଜଣଙ୍କ ସହ ବେଡ଼ ସେୟାର କରିଥିବ, ତାର ଠିକଣା ନାହିଁ ! ଏଠି ଧମକ ଦେଉଛି ।
ତା’ ଜୀବନରେ ଅନେକ ଝିଅ ଆସିଛନ୍ତି । କିନ୍ତୁ କେହି ତା’କୁ ଏମିତି ଓଭର୍ଟେକ୍ କରି ଯାଇନାହାନ୍ତି । ସେ ନିଜେ ଏତେ ସଫଳ
ବିଜନେସ୍ ମ୍ୟାନ୍ ହେଇ ବି, ସେ ବଜାରୀ ଝିଅର ମସୁଧା ବିଷୟରେ କେମିତି ଜାଣି ପାଇଲା ନାହିଁ ବୋଲି ନିଜକୁ ଧିକ୍କାର କଲା । ଏଭଳି ବଦମାସ୍ ଝିଅ ପାଇଁ ନିଜ କ୍ୟାରିଅର୍ ଓ ଲାଇଫ୍ ବର୍ବାଦ ହେବାଟା ନିହାତି ଲଜ୍ଜାକର କଥା ।
ସିଙ୍ଗାପୁରରେ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଇଣ୍ଟିମେଣ୍ଟ ମୋମେଣ୍ଟର ଭିଡ଼ିଓ କ୍ଲିପ୍! ଛିଃ.. ବେଡ଼ରୁମ୍, ୱାସରୁମ୍, ବାଥଟବ୍ କେଉଁଟା ଆଉ ବାକିଅଛି । ଅବଶ୍ୟ ସେଲ୍ଫି ନେଲେ ସେ ବାରଣ କରେ । ରୁହମ ଏମିତି ମଜାରେ ନଉଛି, ଇମିଡିଏଟ୍ ଡିଲିଟ କାରିଦେବି କହି ଆଡେଇ ଯାଏ । କିନ୍ତୁ ଏ ସବୁ କେମିତି ସୁଟ୍ କଲା!
କେତେବେଳେ ରେକର୍ଡ କଲା? ଏତେ ତଳକୁ ଖସିଗଲା! ଏବେ ତାକୁ ବ୍ଲାକ୍ମେଲ୍ କରୁଛି । ସମସ୍ତଙ୍କୁ ଦେଖେଇବ । ବର୍ତ୍ତମାନ ସେ ନିରୁପାୟ । କିନ୍ତୁ ଜୀବନରେ ଯେବେ ବି ତା’ ସହ ଭେଟ ହେବ, ଛାଡ଼ିବିନି ତା’କୁ ।
ରାଗରେ ଫଁ ଫଁ ହେଇ ଅଫିସ ସାମ୍ନାରେ ବ୍ରେକ୍ କଷିଲା ବୈଭବ ।
କ୍ରମଶଃ
Comments are closed.