Latest Odisha News

BREAKING NEWS

ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ

ଭୁବନେଶ୍ୱର: ବୌଦ୍ଧରେ ଜଣେ ପକ୍ଷାଘାତ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ଗାଁରେ ପକ୍ଷାଘାତର ଶିକାର ଜଣେ ବୃଦ୍ଧଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ଯାହାକୁ ଦେଖି ପଡ଼ୋଶୀମାନେ ଚକିତ ହୋଇ ପଡ଼ିଥିଲେ। ସୂଚନା ଅନୁଯାୟୀ, ପୀଡିତ କୃଷ୍ଣ ଚନ୍ଦ୍ର ସାହୁ ବିଳମ୍ବିତ ରାତିରେ ଶୋଇଥିଲା ବେଳେ ଝରକା ଦେଇ ତାଙ୍କ କୋଠରୀ ଭିତରକୁ ଏକ ବିଷଧର ସାପ ପଶି ଆସିଥିଲା। ହଠାତ୍ ତାଙ୍କ ନିଦ ଭାଙ୍ଗିଯିବାରୁ ସେ ଦେଖିଥିଲେ ଯେ ସାପ ତାଙ୍କ ଶରୀରରେ ଗୁଡ଼ାଇ ହୋଇ ଯାଇଛି। ଯଦିଓ ପକ୍ଷାଘାତ ଯୋଗୁଁ ସେ କୌଣସି ପ୍ରତିକ୍ରିୟା ଦେଇପାରିନଥିଲେ କିମ୍ବା କେଉଁଆଡେ ଯାଇ ପାରିନଥିଲେ। ସେ ସାମାନ୍ୟ ହଲିବାକୁ ଚେଷ୍ଟା କରିବାରୁ ସାପଟି ତାଙ୍କ ହାତ ଚାରିପାଖରେ ଗୁଡ଼ାଇ ହେବ ସହ ଶରୀରର ଅନ୍ୟ ଅଂଶକୁ ପାଖରେ ଥିବା ଏକ ଚେୟାରରେ ବାନ୍ଧି ରଖିଥିଲା।

ଯାହାଫଳରେ ସେ ଘଣ୍ଟା ଘଣ୍ଟା ଧରି ସମ୍ପୂର୍ଣ୍ଣ ନିଶ୍ଚଳ ହୋଇ ରହିଥିଲେ। ପରିବାର ସଦସ୍ୟମାନେ କୋଠରୀରେ ପ୍ରବେଶ କରିବା ପରେ ସ୍ଥିତି ଦେଖି ଭୟଭୀତ ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସତର୍କର ସହ ତାଙ୍କୁ ଉଦ୍ଧାର କରାଯାଇଥିଲା।

Comments are closed.