Latest Odisha News

BREAKING NEWS

ହିରୋଇନ କରିଦେବି କହି ଦୁଷ୍କର୍ମ ଅଭିଯୋଗ; ଅଶୋକ ସମ୍ରାଟ ମ୍ୟାନେଜର କହିଲେ- ଗିରଫ ଦୁଇ…

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ହୋଟେଲରେ ଏକାଧିକ ଥର ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଶୋକ ସମ୍ରାଟ ମ୍ୟାନେଜର ଜଗତ ଜୀବନ ପଣ୍ଡା କହଛନ୍ତି ଯେ, ଏହି ଘଟଣାରେ ଗିରଫ ଦୁଇ ମ୍ୟାନେଜର ତୁଳସୀ ଗଣନାଟ୍ୟ ସହ ଜଡ଼ିତ ନୁହନ୍ତି । ଯେଉଁମାନେ ବି ସେମାନେ ତୁଳସୀ ଗଣନାଟ୍ୟର ମ୍ୟାନେଜର ବୋଲି କହୁଛନ୍ତି ସେମାନଙ୍କ ବିରୁଦ୍ଧରେ ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଆଇନର ସହାୟତା ନେବେ ।

ସୂଚନାଥାଉକି, ଯାତ୍ରା ପାର୍ଟିରେ ହିରୋଇନ ହେବା ପାଇଁ ଯୁବତୀଙ୍କୁ ୨ ଜଣ ଯୋଗାଯୋଗ କରିଥିଲେ । ଦୁଇ ଜଣ ଯୁବକ ହେଲେ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ସେହି ଯୁବତୀଙ୍କୁ ହୋଟେଲକୁ ଡାକିଥିଲେ । ଏହାପରେ ଯୁବତୀଙ୍କ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥିଲେ । ଯଦି ବାହାର କିମ୍ବା କୌଣସି ସ୍ଥାନରେ ଏନେଇ ଅଭିଯୋଗ କରିବୁ, ତେବେ ଏହି ଫଟୋକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ସମୟ ସମୟରେ ଅଶ୍ଳୀଳ ଫଟୋ ଭାଇରାଲର କରିବାର ଧମକ ଦେଇ ଯୁବତୀଙ୍କୁ ହୋଟେଲକୁ ଡାକି ବାରମ୍ବାର ଦୁଷ୍କର୍ମ କରୁଥିଲେ । ସେହିପରି ହିରୋଇନ ହେବା ବାବଦରେ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିଥିବା ନେଇ ଗତ ମେ ୨୬ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ଯୁବତୀ ।

ଅଭିଯୋଗ ପରେ ପୋଲିସ ତୁରନ୍ତ ଆରମ୍ଭ କରିଥିଲା ତଦନ୍ତ । ଅଭିଯୋଗ ଆଧାରରେ ଦୁଇ ଜଣ ମ୍ୟାନେଜର ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଦୁଇ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.